ମୟୂରଭଞ୍ଜ,(ଶାସକ-ପ୍ରଶାସକ),(୨୬/୫): ଗ୍ରୀଷ୍ମ ଋତୁ କାଳୀନ ଅସହ୍ୟ ଖରା ସହିତ ଗୁଳୁଗୁଳି କୁ ଦୃଷ୍ଟିରେ ରଖି ଆଜି ମୟୁରଭଂଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ସ୍ଥାନୀୟ କୁଳିଅଣା ଛକ ଠାରେ ସ୍ଥାନୀୟ ଯୁବ ସମାଜସେବୀ ସତ୍ୟଜିତ ମିଶ୍ର ଙ୍କ ସୌଜନ୍ୟରେ ସର୍ବତ ବଣ୍ଟନ କାର୍ଯ୍ୟକ୍ରମ ଗତ ୨୫ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ତେବେ ଉକ୍ତ ଦିନରେ ଦହି ସରବତ ବଣ୍ଟନ କରାଯାଇଥିବା ବେଳେ ଆଗାମୀ ବିଭନ୍ନ ଦିନ ମାନଙ୍କରେ ବିଭିନ୍ନ ପ୍ରକାରର (ଲେମ୍ବୁ, ସ୍କ୍ୱାସ, ଦହି, ଓଆରଏସ, ) ସରବତ ବଣ୍ଟନ କରାଯିବା ର ବ୍ୟବସ୍ଥା ରହିଛି ବୋଲି ସମାଜସେବୀ ସତ୍ୟଜିତ ମିଶ୍ର ଙ୍କ ଠାରୁ ଜଣାପଡ଼ିଛି । ଦିନ ୧୦ ଘଟିକା ଠାରୁ ଦିନ ୨ ଘଟିକା ମଧ୍ୟ ରେ ହୋଇଥିବା ଏହି ସରବତ ବଣ୍ଟନ କାର୍ଯ୍ୟକ୍ରମରେ ପ୍ରାୟ ପାଞ୍ଚଶହ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ମାନେ ସରବତ ପିଇଥିବାର ଦେଖାଯାଇଥିଲା। ଏହି ସରବତ ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସିଦ୍ଧାର୍ଥ କର, ସତ୍ୟଜିତ କର,ବିଜୁ ବେହେରା,ଅଂଶୁମାନ କର, ଅବିନାଶ ନାଏକ, କାହ୍ନା ଗିରି ଓ ହରିହର ପ୍ରଧାନ ପ୍ରମୁଖ ଯୁବକ ମାନେ ସହଯୋଗ କରିଥିଲେ । ଉକ୍ତ ସରବତ ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ସହିତ ବୁଦ୍ଧିଜୀବୀ ମାନେ ଯୁବ ସମାଜସେବୀ ସତ୍ୟଜିତ ମିଶ୍ର ଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ଧନ୍ୟବାଦ୍ ଜଣାଇଛନ୍ତି । ତେବେ ଲୋକଙ୍କ ସେବା ଉଦ୍ଦେଶ୍ୟରେ ଆଗକୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରିବେ ବୋଲି ଯୁବ ସମାଜସେବୀ ସତ୍ୟଜିତ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ମୟୂରଭଞ୍ଜ ରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ ।
ରାଜ୍ୟ
ଜନସାଧାରଣଙ୍କ ପାଇଁ ସର୍ବତ ବଣ୍ଟନ କଲେ ଯୁବ ସମାଜସେବୀ ସତ୍ୟଜିତ
- Hits: 16







