ହେଡଲାଇନସ୍:

କାମଳ ରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ କାମଳ ବା ଜଣ୍ଡିସ ରୋଗ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ oସାହୁ କହିଲେ ଅଧିକ ଖରାରେ ପରିଶ୍ରମ, ଅମ୍ଳ, ଲବଣ, ମଦ୍ୟ,ଲଙ୍କା, ଦିବାନିଦ୍ରା, ତୈଳ ଯୁକ୍ତ ଖାଦ୍ୟ, ରାସାୟନିକ ଔଷଧ ଓ ମାଟି ଖାଇଲେ, ଦୂଷିତ ଜଳପାନ, ସଂକ୍ରମିତ ରକ୍ତ ଗ୍ରହଣ ଓ ଭୂତାଣୁ ସଂକ୍ରମଣ ଦ୍ଵାରା କାମଳ ରୋଗ ହୁଏ। ଏହି ଭଳି ପରିସ୍ଥିତିରେ ହରଡା ଚୂର୍ଣ୍ଣ ସହ ଗୁଡ଼, କଞ୍ଚା ହଳଦୀ, କାକଜଙ୍ଘା ପତ୍ର ରସ, କାକମାଚି ପତ୍ର ରସ, ପୁନର୍ନବା ରସ, ଗୁଳୁଚି ରସ ଯେକୌଣସି ଗୋଟିଏ ଚିକିତ୍ସକଙ୍କ ପରାମର୍ଶରେ ଖାଇଲେ ଭଲ ହୋଇଯାଏ। ଲୌହ ଯୁକ୍ତ ଖାଦ୍ୟ,ଶାଗ ଖାଇଲେ ରୋଗ ଭଲ ହୋଇଯାଏ।
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ,ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଡ଼ଃ ନକୁଳ ସାହୁ ଅନୁରୋଧ କରିଛନ୍ତି ଫୋନ 9861450612,

0
0
0
s2sdefault