ହେଡଲାଇନସ୍:

ଡାବୁଗାଁ ରେ ନୂତନ ଭତ୍ତା ବଣ୍ଟନ ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୨/୦୫/୨୬ ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ବିଭାଗ ତରଫରୁ ନୂତନ ଭତ୍ତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ସହାୟତା ଯୋଜନା ଅନ୍ତର୍ଗତ ବୃଦ୍ଧ ବୃଦ୍ଧା, ବିଧବା, ଭିନ୍ନକ୍ଷମ, ସ୍ଵାମୀ ପରିତ୍ୟକ୍ତ ଓ ୩୦ ବର୍ଷରୁ ଉର୍ଦ୍ଧ ଅବିବାହିତ ମହିଳା ମାନଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ବ୍ଲକ ର ୧୨ ଗୋଟି ଗ୍ରାମ ପଞ୍ଚାୟତ ର ୨୧୦ ଜଣ ହିତାଧିକାରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ଭତ୍ତା ବଣ୍ଟନ କରାଯାଇଥିଲା। ବ୍ଲକ ଅଧ୍ୟକ୍ଷା ବୀଣା ମାଝୀଙ୍କ ସଭାପତିତ୍ବରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ଭତରା ,ସାଂସଦ ଙ୍କ ପ୍ରତିନିଧି ଜେ ରାଜ ଶେଖର ରାଓ,ଗଣ ଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଶୁଭଜିତ ପାଣିଗ୍ରାହି, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ ଓ ଧନ ସିଂ ଭତରା,ବରିଷ୍ଠ ବିଜେଡି ନେତା ଏମ ଆପ୍ପା ରାଓ, କଂଗ୍ରେସ ବ୍ଲକ ସଭାପତି ଜି ସାଇ ରାଜୁ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର,ବିଜେପି ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର,ଶିବ ପ୍ରସାଦ ମିଶ୍ର , ଜି କିରଣ କୁମାର, ନରେଶ ସିଂ, ନରୁ ସିଂ, ସହ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଜିପିଇଓ ପଦ୍ମନାଭ ଭାଲ୍ଲା ଓ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ ସହଯୋଗ କରିଥିଲେ।

0
0
0
s2sdefault