ହେଡଲାଇନସ୍:

ନବରଙ୍ଗପୁର -ଜୟପୁର ରେଳପଥ ପ୍ରକଳ୍ପର ଭୂମି ଅଧିଗ୍ରହଣ ବାବଦ କ୍ଷତି ପୂରଣ ରାଶି ବିତରଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ନବରଙ୍ଗପୁର ତା ୨.୪.୨୦୨୬: ଅଶୋକ ସାହୁ,ସ୍ଥାନୀୟ ତହସିଲଦାର ,ନବରଙ୍ଗପୁର ଙ୍କ କାର୍ଯ୍ୟଳୟ ଠାରେ ନବରଙ୍ଗପୁର ଜୟପୁର ରେଳପଥ ପ୍ରକଳ୍ପ ସକାଶେ ଭୂମି ଅଧିଗ୍ରହଣ ବାବଦ କ୍ଷତି ପୂରଣ ରାଶି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଲୋକସଭା ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜମି ଅଧିଗ୍ରହଣ ଯୋଗୁଁ ଜମି ହରାଇଥିବା ୧୪ ଜଣ ବ୍ୟକ୍ତିଙ୍କୁ ମୋଟ ୭୦କୋଟି ୪୮ଲକ୍ଷ ୨୬ ହଜାର ୬୬୩ଟଙ୍କା ର ଅର୍ଥରାଶି ଚେକ୍ ମାଧ୍ୟମରେ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ୍ ଚନ୍ଦ୍ର ବର୍ମନ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ଭତରା,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ତହସିଲଦାର ଭୁଲେଶ୍ୱର ନାଏକ ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି ପ୍ରକଳ୍ପ ନିମନ୍ତେ ନବରଙ୍ଗପୁର ତହସିଲ ର କେଶାରିଗୁଡା ମୌଜା ର ୨୯.୨୧୫ଏକର ଜମି ଅଧିଗ୍ରହଣ କରାଯାଇଛି।ମୁଖ୍ୟ ଅତିଥି ଏହି ଅବସରରେ କେଶାରୀଗୁଡା ମୌଜା ର ୨୦ ଜଣ ହିତାଧିକାରୀଙ୍କୁ ବସୁନ୍ଧରା ପଟ୍ଟା ପ୍ରଦାନ କରିଥିଲେ।
ମାନ୍ୟବର ସାଂସଦ ନିଜ ବକ୍ତବ୍ୟରେ ଏହି ରେଳ ପ୍ରକଳ୍ପ ନବରଙ୍ଗପୁର ଜିଲ୍ଲା ବାସୀଙ୍କ ବହୁ ଦିନର ଦାବି ଓ ସ୍ୱପ୍ନକୁ ପୂରଣ କରିବ ଏବଂ ଖୁବ ଶୀଘ୍ର ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ।ପ୍ରକାଶ ଥାଉ କି ପ୍ରସ୍ତାବିତ ଜୁନାଗଡ - ନବରଙ୍ଗପୁର ,ନବରଙ୍ଗପୁର - ଜୟପୁର ଏବଂ ମାଲକାନଗିରି - ଭଦ୍ରାଚଳମ ମୋଟ ୪୬୦ କିମି ସ୍ୱାଧୀନ ଭାରତର ଦ୍ୱିତୀୟ ବୃହତ୍ତମ ରେଳପଥ ପ୍ରକଳ୍ପ ଅଟେ। କାର୍ଯ୍ୟକ୍ରମରେ ଜମି ହରାଇ କ୍ଷତି ପୂରଣ ପାଇଥିବା ବ୍ୟକ୍ତି, ସାଂସଦ ପ୍ରତିନିଧି ଜ୍ୟୋତି ରଞ୍ଜନ କଂସ,ଡି ଆଇ ପି ଆର୍ ଓ ମନୋଜ ଏସବେହେରା,ପୌରପାଳିକା ନିର୍ବାହୀ ଅଧିକାରୀ ଅଶୋକ କର୍ଣ୍ଣ ଙ୍କ ସମେତ ଅନେକ ହିତାଧିକାରୀ, ବୁଦ୍ଧିଜୀବି, ସ୍ଥାନୀୟ ଜନ ସାଧାରଣ,ତହସିଲ କାର୍ଯ୍ୟାଳୟ କର୍ମଚାରୀ,ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

0
0
0
s2sdefault