ହେଡଲାଇନସ୍:

ଟ୍ରେନ ଧକ୍କାରେ ୪ ଗୋରୁ ମୃତ, ଗୋ ସତ୍କାର କାମରେ ହାତ ବଢ଼ାଇଲା କାମଧେନୁ ଗୋସେବା ଟ୍ରଷ୍ଟ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

      କେନ୍ଦୁଝର,ତା୨/୫- କେନ୍ଦୁଝର ସଦର ଉପକଣ୍ଠ ଘୁଟୁରୁ ଗ୍ରାମ ତୋଟାସାହି ନିକଟରେ ପୁରୀ ବଡବିଲ ଇଣ୍ଟରସିଟି ଏକ୍ସପ୍ରେସରେ ଧକ୍କା ହୋଇ ୪ଟି ଗୋରୁ ମୃତ୍ୟୁ ବରଣ କରିଥିବାର ଖବର ପାଇବା ପରେ ଗୋସମ୍ମାନ ଆହ୍ୱାନ ଅଭିଯାନର ଜିଲ୍ଲା ପ୍ରମୁଖ ତଥା କାମଧେନୁ ଗୋସେବା ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀମତୀ ମୋନାଲିସା ଦାଶ ଉକ୍ତ ସ୍ଥାନକୁ ଯାଇ ନିରିକ୍ଷଣ କରିବା ପରେ ରେଳୱେ ସହାୟକ ମଣ୍ଡଳ ଯନ୍ତ୍ରୀ ଶ୍ରୀ କୃତିବାସ ବେହେରାଙ୍କୁ ଯୋଗାଯୋଗ କରିଥିଲେ ଏବଂ ଗୋ ସେବକ ଗୌତମ ଦାସ, ଶ୍ରୀତମ ପାତ୍ର, ରୁଦ୍ର ନାଏକ, ମନୋଜ ମୁଖୀ ଓ ସ୍ଥାନୀୟ ଯୁବକଙ୍କ ସହାୟତାରେ ଗୋମାତା ମାନଙ୍କର ଯଥାରୀତୀ ଅନ୍ତିମ ସଂସ୍କାର କରିଥିଲେ। ରାତ୍ରି ହେବା ସତ୍ତ୍ୱେ ଶ୍ରୀମତୀ ଦାଶ ଓ ଗୋସେବକ ମାନେ ଏହି କାର୍ଯ୍ୟକୁ ସ୍ଵେଚ୍ଛାକୃତ ଭାବରେ ସଂପନ୍ନ କରିଥିଲେ। ଏହି କାର୍ଯ୍ୟରେ ଶ୍ରୀ ବେହେରା ସ୍ୱେଚ୍ଛାରେ ସହାୟତାର ହାତ ବଢ଼ାଇଥିଲେ। ଶ୍ରୀମତୀ ଦାଶ ଗୋରୁଙ୍କ ସୁରକ୍ଷା ଲାଗି ଉଦବେଗ ପ୍ରକାଶ କରି କହିଥିଲେ କି ଟ୍ରେନ୍ ଚାଳକ କିପରି ଭାବରେ ଫାଟକ ଠାରୁ ମାତ୍ର ୧୦୦ ମିଟର ଦୂରତାରେ ଥିବା ଗୋରୁ ମାନଙ୍କୁ ଦେଖି ପାରିଲେ ନାହିଁ? ଏହା ମଧ୍ୟ ସ୍ଥାନୀୟ ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି ।

0
0
0
s2sdefault