ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିକଟରେ ଗଜପତି ଜିଲ୍ଲା ନୂଆଗଡ ବ୍ଲକର ଅନ୍ତରାଳ ପଂଚାୟତର ରୁବୁଡସିଂ ପ୍ରାଥମିକ ବିଦ୍ୟାଳୟର କାନ୍ଥ ପଡି ୨ କୋମଳ ଶିଶୁଙ୍କ ମୃତ୍ୟୁ ହୋଇଥିଲା।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାର ମହିଳା ସମାଜସେବୀ ନିର୍ମଳା ପଟ୍ଟନାୟକ ଉକ୍ତ ଗ୍ରାମକୁ ଯାଇ ପିଡିତ ପରିବାରବର୍ଗଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ସହ କଥାବାର୍ତ୍ତା ହୋଇ ମାନସିକ ସନ୍ତୁଳନ ରଖିବାକୁ ପରାମର୍ଶ ଦେଇଥିଲେ। ତାପରେ ଗ୍ରାମବାସୀଙ୍କ ସହ ଆଲୋଚନା କରି ସମସ୍ତ ଶିଶୁଙ୍କୁ ବିଦ୍ୟାଳୟ ପଠାଇବାକୁ ପରାମର୍ଶ ଦେଇଥିଲେ।ତତ୍ ସଙ୍ଗେ ସଙ୍ଗେ ବିଭିନ୍ନ ସରକାରୀ ଯୋଜନା ବିଷୟରେ ବୁଝାଇଥିଲେ। ଗ୍ରାମବାସୀ ଏହି ଦୁଃଖଦ ଘଟଣା ପରେ ଭାଙ୍ଗି ପଡିଛନ୍ତି। ସେମାନଙ୍କର ମନୋବଳ ସୁଦୃଢ଼ ରଖିବାକୁ କହିଥିଲେ।ଗ୍ରାମବାସୀ ବିଦ୍ୟାଳୟ ପରିଚାଳନା କମିଟି ଓ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ସହ ସୁସମ୍ପର୍କ ରଖିବାକୁ କହିଥିଲେ।
ରାଜ୍ୟ
ବିଦ୍ୟାଳୟ କାନ୍ଥ ଭାଙ୍ଗି ମୃତ ଶିଶୁଙ୍କ ପରିବାରକୁ ଭେଟିଲେ ମହିଳା ସମାଜସେବୀ
- Hits: 22








