ହେଡଲାଇନସ୍:

ଖଲ୍ଲିକୋଟ DIET ଧୂଳି ସାତ୍ କରିଦେଲା ପ୍ରାଚୀନ କୀର୍ତ୍ତିରାଜି !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଶାସକ ପ୍ରଶାସକ ଖଲ୍ଲିକୋଟ ରୁ ଶିବରାମ ଜେନା ) ଖଲ୍ଲିକୋଟ: ୨୯/୦୪, ଖଲ୍ଲିକୋଟ ଗଡ଼ ର ରାଜ ଉଆସରେ ଅଛି ଦୁଇଟି ଶିକ୍ଷା ଅନୁଷ୍ଠାନ। ସେ ମଧ୍ୟରେ ଅଛି ଚାରୁ ଓ କାରୁ କଳା ମହାବିଦ୍ୟାଳୟ,ଓ ଅନ୍ୟ ଟି ହେଲା ଜିଲ୍ଲା ଓଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ , ବୋଲି ଜଣାପଡିଛି। ଉକ୍ତ ରାଜପ୍ରାସାଦ କୁ ସ୍ବର୍ଗତ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ପିତା -ସ୍ବର୍ଗତ ହରିହର ମର୍ଦ୍ଦରାଜ ଦେଓ,ତା୨୧-୧୧-୧୯୫୬ ମସିହାରେ ସରକାରଙ୍କୁ ଦାନକ୍ରୟ କରିଥିବା ଏବଂ ସେତେବେଳେ ଗଞ୍ଜାମ ଜିଲ୍ଲା ପାଳ ଏଚ୍ କେ ଘୋଷ ପିତା - ସ୍ବର୍ଗତ ଶ୍ୟାମ
ଚନ୍ଦ୍ର ଘୋଷ ଥିଲେ ବୋଲି ଜଣାଯାଏ । ଏବେ ଖବର ନେବାରୁ ଜଣାପଡିଛି ଯେ, ଆଜି ଅର୍ଥାତ୍ ତା ୨୯-୦୪-୨୬ ରେ ଭିତ୍ତିପ୍ରସ୍ତର ସ୍ଥାପନ ହେଲା । ତେବେ ଯେଉଁ ସ୍ଥାନରେ ସରକାରଙ୍କ ର ଉନ୍ନତି ମୂଳକ ପଦକ୍ଷେପ ନେବାକୁ ଠିକ୍ କରୁଛନ୍ତି । ସେ ସ୍ଥାନରେ ଥିବା ବିରାଟ ମନ୍ଦିର ର କାନ୍ଥ ଭାଙ୍ଗି, ମନ୍ଦିର କୁ ଚାଞ୍ଚି କାରୁକାର୍ଯ୍ୟ ଖଚିତ ମୂର୍ତ୍ତି ସମୂହ ତାଡି, ତା ପାଖରେ ଥିବା କାନନୋଳି ମଣ୍ଡପ, ଯାହାକି ସୁନ୍ଦର କାରୁକାର୍ଯ୍ୟରେ ଶୋଭିତ ହୋଇ ଶୋଭା ବର୍ଦ୍ଧନ କରୁଥିଲା, ଦର୍ଶକ ମାନଙ୍କ ମନକୁ ମୋହୁଥିଲା ତାକୁ ମାଟିରେ ମିଶାଇ ଦେଇ, ସେଥିରୁ ବାହାରିଥିବା ଟିଣ,ବଡ଼ବଡ଼ ଦୁଲା କାଠ ଗଲା କୁଆଡେ, ବଡ଼ ବଡ଼ କାଟିଣି ପଥର ଗଲା କୁଆଡେ, ଆମ୍ବ ଗଛ ପ୍ରାୟ ୩/୪ଟା ଥିଲା ତାକୁ କାଟି ବିକ୍ରି କରି ଥିବା ବେଳେ, ଏବେ ଆଉ ଗୋଟିଏ ବିରାଟ ଆମ୍ବ ଗଛ କାଟିବା ଦୃଷ୍ଟି ଗୋଚର ହେଉଛି।
ଏବେ ଜୈନିକ କିରାଣୀ ପ୍ରବେଶ ପଟ୍ଟନାୟକ ଙ୍କ ମଧ୍ୟସ୍ଥତା ରେ ଡିଲ୍ ଚାଲିଛି, ଏଥିରେ ସାମିଲ୍ ହୋଇଛନ୍ତି, ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ପରିଡ଼ା, ଅଧ୍ୟାପକ ଶ୍ରୀ ବିଷ୍ଣୁ ନାରାୟଣ ଜେନା ବୋଲି ବିଶେଷ ସୂତ୍ର ରୁ ପ୍ରକାଶ ବୋଲି ଏଠାକାର ସ୍ଥାନୀୟ ବାସିନ୍ଦା, ପୂରାତନ ଛାତ୍ର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ସିଆରସିସି, ସମାଜସେବୀ ଶିବରାମ ଜେନା ନିଜର ମତବ୍ୟକ୍ତ କରିଛନ୍ତି ବୋଲି ଜଣାପଡିଛି। ଏକ୍ଷେତ୍ରରେ ଜନସାଧାରଣ ସରକାରଙ୍କୁ ନିବେଦନ କରିଛନ୍ତି ଯେ ,ଉକ୍ତ ଅନୁଷ୍ଠାନରେ ଚାଲିଥିବା ଦୁର୍ନିତୀ କୁ ରୋକିବା ପାଇଁ ବ୍ୟାପକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସତ୍ୟା ସତ୍ୟ ପର୍ଦ୍ଧାଫାଶ ହେଵ ।

0
0
0
s2sdefault