ହେଡଲାଇନସ୍:

ବିଜେପି ମହିଳା ମୋର୍ଚ୍ଚାର ‘ଜନ ଆକ୍ରୋଶ ସମାବେଶ’, ବିପକ୍ଷଙ୍କ ବିରୋଧରେ ତୀବ୍ର ପ୍ରତିବାଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା, ୨୯ ଏପ୍ରିଲ: କେନ୍ଦ୍ର ସରକାରଙ୍କ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲ୍‌କୁ କଂଗ୍ରେସ ଓ ଇଣ୍ଡି ମେଣ୍ଡ ପକ୍ଷରୁ ବିରୋଧ କରାଯାଇଥିବାର ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା କୀର୍ମିରା ମଣ୍ଡଳ ପକ୍ଷରୁ ବିଶାଳ ‘ଜନ ଆକ୍ରୋଶ ସମାବେଶ’ ଆୟୋଜିତ ହୋଇଛି।

ସ୍ଥାନୀୟ ବଜାରପଡାରୁ ବହୁ ମହିଳା ପଦଯାତ୍ରାରେ ବାହାରି କୀର୍ମିରା ଗାଁ ପରିକ୍ରମା କରିଥିଲେ। ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରି ତୀବ୍ର ପ୍ରତିବାଦ ଜଣାଇଥିଲେ।

ଏହାସହିତ ସହର ଉପକଣ୍ଠ ଏଚ୍‌. କଟାପାଲିରେ ମଧ୍ୟ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଓ କୁଶପୁତ୍ତଳିକା ଦାହ ଆୟୋଜିତ ହୋଇଥିଲା।

ଏଚ୍‌. କଟାପାଲିର କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଗ୍ରାମୀଣ ମଣ୍ଡଳ ସଭାପତି ହେମରଞ୍ଜନ ସିଂହ, ମହିଳା ମୋର୍ଚ୍ଚା ସଭାପତି ବିଳାସିନୀ ସାହୁ, ଜିଲ୍ଲା ସମ୍ପାଦକ ପଦ୍ମିନୀ ପଟେଲ, ବନ୍ଦନା ମୂନ୍ଦ୍ରା, ଗାୟତ୍ରୀ ସିଂହ, ମୀନତି ନାୟକ, ରଜନୀ ତିୱାରୀ, ସନ୍ତୋଷ କୁଆଁର ଓ ସୁଷମା ଛତ୍ରିଆ ଉପସ୍ଥିତ ଥିଲେ।

କୀର୍ମିରାରେ ଆୟୋଜିତ ସମାବେଶରେ ମଣ୍ଡଳ ସଭାପତି ଲତିକା ସାହୁ, ଜିଲ୍ଲା ଉପସଭାପତି ସୌଦାମିନୀ କଲୋ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସେନୀ ନାଏକ, ସରପଞ୍ଚ ସନ୍ତୋଷିନୀ ପଟେଲ, ପୂଜା ବେହେରା, ସନ୍ତୋଷିନୀ ମୁଣ୍ଡା, ଫୁଲ ମୁଣ୍ଡା, ଉଦ୍ଧବ ସିଂ ନାଏକ, ମଣ୍ଡଳ ପ୍ରଭାରୀ ସନ୍ତୋଷ ଯାଦବ, ଯୁବ ମୋର୍ଚ୍ଚା ସଭାପତି ଯାମିନୀକାନ୍ତ ନାଏକ ସହ ଅନ୍ୟାନ୍ୟ କର୍ମୀମାନେ ଯୋଗଦେଇଥିଲେ।

ସମାବେଶରେ ମହିଳା ଶକ୍ତିକୁ ସମ୍ମାନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସମର୍ଥନ ଜଣାଇ ଓ ବିପକ୍ଷ ଦଳମାନଙ୍କ ଭୂମିକାକୁ କଠୋର ଭାବେ ଆଲୋଚନା କରାଯାଇଥିଲା।

0
0
0
s2sdefault