ହେଡଲାଇନସ୍:

ସମଗ୍ର ଶିକ୍ଷାର ଓଡ଼ଗାଁ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ, ୨୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ସ୍ତରରେ ସମଗ୍ର ଶିକ୍ଷା ଅନ୍ତର୍ଗତ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ସ୍ଥାନୀୟ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ବ୍ଲକ ଉନ୍ନୟନ ଅଧିକାରୀ ପ୍ରୀତିବାଳା ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ଶିବିରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପିଣ୍ଟୁ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ ଓ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ନାୟକ ଯୋଗଦେଇଥିଲେ। ଓଡ଼ଗାଁ ବ୍ଲକ ମନରେଗା ଯୋଜନାର ସାମାଜିକ ସମୀକ୍ଷକ ରାଜେଶ କୁମାର ଜେନା ୨୦୨୪-୨୫ ଆର୍ଥିକ ବର୍ଷରେ ବିଭିନ୍ନ ବିଦ୍ୟାଳୟରେ ହୋଇଥିବା ନିର୍ମାଣ ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।
ଏହି କାର୍ଯ୍ୟକ୍ରମରେ ସ୍କୁଲ କମିଟିର କେତେକ ସଦସ୍ୟ-ସଦସ୍ୟାମାନଙ୍କ ସହ ହାତଗଣତି ଅଭିଭାବକ ଏବଂ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନେ ଉପସ୍ଥିତ ଥିଲେ। ସିଆରସିସି ନରେଶ ପାଣିଗ୍ରାହୀ, ହଟ୍ଟନାଥ ପ୍ରଧାନ, ଯଶୋବନ୍ତ ପଟ୍ଟନାୟକ ଓ ରାଜକୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault