ହେଡଲାଇନସ୍:

ମହିଳା ସଂରକ୍ଷଣ ବିଲ କାଟ ପ୍ରତିବାଦରେ ଜନ ଆକ୍ରୋଶ ରାଲି;

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୫ଶହରୁ ଅଧିକ ମହିଳା ସମର୍ଥକଙ୍କ ଯୋଗଦାନ, କୁଶପୁତ୍ତଳିକା ଦାହ


ଓଡ଼ଗାଁ, ୨୯।୪(ଶ୍ରୀକାନ୍ତ କୁମାର ମିଶ୍ର): ଲୋକସଭାରେ ଏନଡିଏ ସରକାର ପକ୍ଷରୁ ଆଗତ ମହିଳା ସଂରକ୍ଷଣ ବିଲ କାଟକୁ ନେଇ ଦେଶବ୍ୟାପୀ ପ୍ରତିବାଦ ଜାରି ରହିଥିବା ବେଳେ ଓଡ଼ଗାଁ ବ୍ଲକରେ ମଧ୍ୟ ଜିଲ୍ଲା ଭାଜପା ପକ୍ଷରୁ ଏକ ବିଶାଳ ଜନ ଆକ୍ରୋଶ ରାଲି ଆୟୋଜିତ ହୋଇଥିଲା। ଏହି ରାଲିରେ ୫ଶହରୁ ଉର୍ଦ୍ଧ୍ବ ମହିଳା ସମର୍ଥକ ଯୋଗଦେଇଥିଲେ।
ପୂର୍ବତନ ସାଂସଦ ତଥା ଭାଜପା ଜାତୀୟ ପରିଷଦ କାର୍ଯ୍ୟକାରୀ ସଦସ୍ୟା ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଓ ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କ ଆହ୍ୱାନକ୍ରମେ ରାଲିଟି ସ୍ଥାନୀୟ ରଘୁନାଥ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇଥିଲା। ଶତାଧିକ ମହିଳା କର୍ମୀ ଓ ସମର୍ଥକ ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ଗଣେଶ ବଜାର ଛକରେ ପହଞ୍ଚିଥିଲେ। ସେଠାରେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ସହ ବିଜେପିର ନାରୀ ନେତ୍ରୀ ସଂଯୁକ୍ତା ମହଲା, ରଶ୍ମିତା ପଣ୍ଡା, ସମିତା ପାଢ଼ୀ ଓ ଜୟଲକ୍ଷ୍ମୀ ମଲିକ ପ୍ରମୁଖ ଉଦବୋଧନ ଦେଇ ଇଣ୍ଡି ମେଣ୍ଟ ଓ ସ୍ଥାନୀୟ ବିଜେଡି ନେତୃତ୍ୱଙ୍କୁ କଟାକ୍ଷ କରିଥିଲେ। ସେମାନେ ଏହି ସବୁ ଦଳକୁ ମହିଳା ବିରୋଧୀ ବୋଲି ଅଭିଯୋଗ କରିଥିଲେ।
ଶେଷରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ଟିଏମସି ନେତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ନେତା ଏମ୍‌.କେ. ଷ୍ଟାଲିନ ଓ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହା ସହ ସମସ୍ତ ମହିଳା ବିରୋଧୀ ନେତାଙ୍କ ବିରୋଧରେ ସ୍ଲୋଗାନ ଦିଆଯାଇଥିଲା।
ରାଲିରେ ନାସିର ଅହମଦ, ମାଧବ ସାହୁ, ତପନ ସାମନ୍ତରାୟ ସମେତ ଅନ୍ୟାନ୍ୟ ସ୍ଥାନୀୟ ନେତୃତ୍ୱ ଉପସ୍ଥିତ ଥିଲେ।

0
0
0
s2sdefault