ହେଡଲାଇନସ୍:

ବିଭିନ୍ନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଓଡ଼ଗାଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ ୨୯।୪(ଶ୍ରୀକାନ୍ତ କୁମାର ମିଶ୍ର): ଉତ୍କଳ ସାମ୍ବାଦିକ ସଂଘ ଓଡ଼ିଶାର ଆହ୍ୱାନ କ୍ରମେ ଏବଂ ଉତ୍କଳ ସାମ୍ବାଦିକ ସଂଘ ଓଡ଼ିଶା ନୟାଗଡ଼ ଜିଲ୍ଲା ଶାଖା ସହଯୋଗରେ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର ଏବଂ ସାରସ କୁମାର ମିଶ୍ର ଓଡ଼ଗାଁ ବ୍ଲକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓଡ଼ଗାଁ ବିଡିଓ ପ୍ରିତିବାଳା ରଣାଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ। ଅଧିସ୍ୱୀକୃତି କମିଟି ପୁର୍ନଗଠନ, ଜିଲ୍ଲା ଓ ରାଜ୍ୟ ସ୍ତରରେ ଯୋଗ୍ୟ ସାମ୍ବାଦିକଙ୍କୁ ମାନ୍ୟତା ପ୍ରଦାନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ୬୦ ବର୍ଷରୁ ଉର୍ଦ୍ଧ୍ୱ ସାମ୍ବାଦିକଙ୍କୁ ପେନସନ ବ୍ୟବସ୍ଥା, ଓଡ଼ିଶା ପ୍ରେସ ଏକାଡେମୀ ଗଠନ, ରାଜଧାନୀରେ ଭବନ ନିର୍ମାଣ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅବସରପ୍ରାପ୍ତ ସାମ୍ବାଦିକ, ହିତାଧିକାରୀଙ୍କ ପିତା ମାତା ଏବଂ ୨୫ ବର୍ଷରୁ ଉର୍ଦ୍ଧ୍ୱ ସନ୍ତାନଙ୍କୁ ସାମିଲ କରିବା, ମୃତ୍ୟୁକାଳୀନ ଅନୁକମ୍ପା ରାଶି ୧୦ ଲକ୍ଷକୁ ବୃଦ୍ଧି କରିବା ପାଇଁ ଦାବି କରାଯାଇଛି। ଅପର ପକ୍ଷରେ ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଓ ପ୍ରତିବାଦ ସଭା ଆଗାମୀ ମେ ୧ ତାରିଖ ଶ୍ରମିକ ଦିବସରେ ନୟାଗଡ଼ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ହେବ ବୋଲି ସ୍ଥିର ହୋଇଛି।

0
0
0
s2sdefault