ହେଡଲାଇନସ୍:

ଶିଶୁଙ୍କ ପାଇଁ ଗ୍ରୀଷ୍ମକାଳୀନ ରାଜଯୋଗ ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୨୪।୫(ଶ୍ରୀକାନ୍ତ କୁମାର ମିଶ୍ର): ଶିଶୁମାନଙ୍କ ମଧ୍ୟରେ ଆତ୍ମିକ ଜାଗରଣ ସୃଷ୍ଟି କରିବା ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବ୍ରହ୍ମକୁମାରୀ ଜାଗୃତି ଭବନ, ରୋହିବାଙ୍କ ପରିସରରେ ରବିବାର ଗ୍ରୀଷ୍ମକାଳୀନ ରାଜଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ରୋହିବାଙ୍କ ସେବାକେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ବିକେ ଶାନ୍ତି ଭଉଣୀଙ୍କ ଉଦ୍ୟମରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୪୫ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଶିବିରରେ ଯୋଗଦେଇଥିବା ଶିଶୁମାନେ ବ୍ରହ୍ମକୁମାରୀ ଓ ବ୍ରହ୍ମକୁମାରମାନଙ୍କ ଆଶିର୍ବଚନ ମାଧ୍ୟମରେ ଆତ୍ମାର ଜାଗରଣ, ନୈତିକ ମୂଲ୍ୟବୋଧ ଓ ସକାରାତ୍ମକ ଚିନ୍ତାଧାରା ସମ୍ପର୍କରେ ଅବଗତ ହୋଇଥିଲେ। ଏହା ସହ ସାଧାରଣଜ୍ଞାନ (କୁଇଜ୍) ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମକୁମାରୀ ଅବସରପ୍ରାପ୍ତ ଅଧ୍ୟାପିକା ପ୍ରତିଭା ମହାରଥୀ, ନୟାଗଡ଼ ଜିଲ୍ଲାର ମୁଖ୍ୟ ସଞ୍ଚାଳିକା ମିନୀ ଭଉଣୀ (ବଡ଼ ଦିଦି), ଆସ୍କା (ଗଞ୍ଜାମ)ର ମୁଖ୍ୟ ସଞ୍ଚାଳିକା ବିକେ ଜମୁନା ଭଉଣୀ, ଖୋର୍ଦ୍ଧାରୁ ବ୍ରହ୍ମକୁମାର ଜୟକୃଷ୍ଣ ଭାଇ, ଭୁବନେଶ୍ୱରରୁ ଅରୁଣ ଭାଇ ଏବଂ ରୋହିବାଙ୍କର ରାଜେଶ, ରାଧାଗୋବିନ୍ଦ, ପ୍ରସନ୍ନ ଭାଇ ଓ ଦମୟନ୍ତୀ ଭଉଣୀ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ

0
0
0
s2sdefault