ସ୍ୱର୍ଣ୍ଣ କଳସ କ୍ଷେତ୍ରରେ ହନୁମାନ ବାଟିକାର ଶୁଭ ଫଳକ ସ୍ଥାପନ:

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରଗଡ଼ି ସାହି ନାଣ୍ଡି ପାହାଡ଼ ହେବ ହନୁମାନମୟ


ଓଡ଼ଗାଁ,୧୪।୪(ଶ୍ରୀକାନ୍ତ କୁମାର ମିଶ୍ର):ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ପ୍ରଭୁ ହନୁମାନଙ୍କ ଜନ୍ମ ଉତ୍ସବ ଅବସରରେ ଓଡ଼ଗାଁ ସ୍ଥିତ ଶ୍ରୀ ରଘୁନାଥ ଜିଉଙ୍କ ବିଜେ ସ୍ୱର୍ଣ୍ଣ କଳସ କ୍ଷେତ୍ର ନାଣ୍ଡି ପାହାଡ଼ରେ ନିର୍ମାଣ ହେବ ସୁଉଚ୍ଚ ହନୁମାନଙ୍କ ପ୍ରତିମା । ଏନେଇ ହନୁମାନ ବାଟିକା ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ଆଜି ସଫଳତାର ସହ କରାଯାଇଛି। ସକାଳ ୭ଟା ସମୟରେ ପ୍ରଭୁ ଶ୍ରୀ ରଘୁନାଥଙ୍କ ଆଜ୍ଞାମାଳକୁ ଏକ ବିରାଟ ଶୋଭାଯାତ୍ରାରେ ରଗଡ଼ି ସାହି ନାଣ୍ଡି ପାହାଡ଼ ପର୍ଯ୍ୟନ୍ତ ନିଆଯାଇଥିଲା। ପରେ ନୈଷ୍ଠିକ ବ୍ରାହ୍ମଣମାନଙ୍କ ଦ୍ୱାରା ବେଦମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ହନୁମାନ ବାଟିକାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ସମ୍ପନ୍ନ ହୋଇଥିଲା। ଓଡ଼ଗାଁର ସମାଜସେବୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ କାର୍ଯ୍ୟ ସଂପନ୍ନ ହୋଇଥିବା ବେଳେ ସ୍ଥାନୀୟ ସମାଜସେବୀ ବାଦଲ ମହାରଣା, ରାଜା ସେଠୀ, ଜଗନ୍ନାଥ ପାଣିଗ୍ରାହୀ, ଅକ୍ଷୟ ପାଟ୍ଟଯୋଶୀ, ମାନସ ସାହୁ, ଶରତ ପୃଷ୍ଟି, ଧନଞ୍ଜୟ ଦାସ ସହିତ ରଗଡ଼ି ସାହି ବାସିନ୍ଦାଙ୍କ ସହଯୋଗରେ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା। ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀମାନଙ୍କ ଭାଗିଦାରିରେ ସମଗ୍ର ଓଡ଼ଗାଁ ଆଜି ରାମନାମ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ଏଠାରେ ହନୁମାନଙ୍କ ସୁଉଚ୍ଚ ପ୍ରତିମା ସହିତ ହନୁମାନଙ୍କ ସମ୍ପର୍କିତ ଅନ୍ୟାନ୍ୟ ମୂର୍ତ୍ତି ମଧ୍ୟ ଏଠାରେ ନିର୍ମାଣ କରାଯିବ ବୋଲି ଜଣାପଡିଛି । ଏନେଇ ଲୋକମାନଙ୍କ ମନରେ ଦୀର୍ଘଦିନର ଆକାଂକ୍ଷା ପୂରଣ ହେବାକୁ ଯାଉଥିବାରୁ ସମସ୍ତଙ୍କ ମନରେ ଆନନ୍ଦ ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା।

0
0
0
s2sdefault