ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ(ତା. ୧୪.୦୪.୨୦୨୬ – ସରକାରଙ୍କର ନିର୍ଦ୍ଦେଶ କ୍ରମେ ଓଡିଆ ପକ୍ଷ -୨୦୨୬ ଗତ ଏପ୍ରିଲ ପହିଲାରୁ ଆରମ୍ଭ କରାଯାଇ ଆଜି ଓଡିଆ ନବବର୍ଷ, ପଣା ସଂକ୍ରାନ୍ତି ଦିନ ଉଦଯାପନ କରାଯାଇଛି । ଏହି ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଓଡିଆ ନବବର୍ଷ, ପଣା ସଂକ୍ରାନ୍ତି ପାଳନ ଅବସରରେ ଝୋଟି ପ୍ରତିଯୋଗିତା, ପଣା ବଣ୍ଟନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସମ୍ମାନୀତ ଅତିଥିଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ, ଜିଲ୍ଲା କ୍ରିଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ଜେନା ଯୋଗଦେଇ ଓଡିଆ ପକ୍ଷ ପାଳନ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଝୋଟି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର କଳାକାରମାନଙ୍କୁ ମଞ୍ଚରେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୪ ଦିନ ବ୍ୟାପୀ ଜିଲ୍ଲା ପ୍ରଶାସନ, ବିଭିନ୍ନ ବିଭାଗ ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଓଡିଆ ପକ୍ଷପାଳନ 2026 ଉଦଯାପିତ
- Hits: 8








