ଡାବୁଗାଁ ରେ ବିଶ୍ୱ ହିନ୍ଦୁ ପରିଷଦ ର ଦୁଇ ଦିନିଆ ପରିଚୟ ବର୍ଗ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୨/୦୪/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ୱତୀ ବିଦ୍ୟା ମନ୍ଦିର ଠାରେ ବିଶ୍ଵ ହିନ୍ଦୁ ପରିଷଦ ର ୧୧ ଓ ୧୨ ଦୁଇ ଦିନିଆ ପରିଚୟ ଵର୍ଗ ଅନୁଷ୍ଠିତ ହୋଇ ଯାଇଛି। ଏହି ବର୍ଗରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ପ୍ରଖଣ୍ଡରୁ ଓ ଜିଲ୍ଳା କାର୍ଯ୍ୟକର୍ତା ଯୋଗ ଦେଇଥିଲେ।ବିଶ୍ଵ ହିନ୍ଦୁ ପରିଷଦ ର ଜିଲ୍ଲା ସଭାପତି କୃପାରାମ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପରିଚୟ ବର୍ଗ କାର୍ଯ୍ୟକ୍ରମରେ ବିଶ୍ଵ ହିନ୍ଦୁ ପରିଷଦ ର ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ପଟନାୟକ,ଉପସଭାପତି ଏମ.ଆନନ୍ଦ ରାଓ, ଜିଲ୍ଲା ମଠ ମନ୍ଦିର ପ୍ରମୁଖ ଭଗବାନ ମହାନ୍ତି ,ଗୋରକ୍ଷା ପ୍ରମୁଖ ସୁବାସ ବିଶୋଇ ପ୍ରମୁଖ ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ।ବିଶେଷ କରି ଏହି ବର୍ଗରେ ହିନ୍ଦୁ ସମାଜ ନିର୍ମାଣ,ସାମାଜିକ ସମରସତା ବିଷୟରେ ଆଲୋଚନା ଓ ପ୍ରଶିକ୍ଷଣ ଦିଆ ଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦ ର କାର୍ଯ୍ୟ ପ୍ରଣାଳୀ,ସଂଗଠନ କୁ ମଜବୁତ କରିବା,ନୂତନ କର୍ମୀଙ୍କୁ ପରିଚିତ କରାଇବା,ହିନ୍ଦୁ ଧର୍ମ ଓ ସଂସ୍କୃତି ସୁରକ୍ଷା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତି କରିବା ଆଦି ବିସ୍ତୃତ ଆଲୋଚନା ହୋଇଥିଲା । ସଂଗଠନ କୁ ଗ୍ରାମାଞ୍ଚଳ ରୁ ସହର ପର୍ଯ୍ୟନ୍ତ ବିସ୍ତୃତ କରାଯାଇ ତଳ ସ୍ତରର କର୍ମକର୍ତା ଙ୍କୁ ଏ ନେଇ ସୂଚନା ପ୍ରଦାନ କରିବାକୁ କୁହା ଯାଇଥିଲା । ବିଶ୍ୱ ହିନ୍ଦୁ ପରିଷଦ ର ଏହି ଦୁଇ ଦିନିଆ ପରିଚୟ ବର୍ଗ ବୈଠକ ରେ ଦୁର୍ଗା ବାହିନୀ ଓ ବଜରଙ୍ଗ ଦ ର କାର୍ଯ୍ୟକର୍ତ୍ତା ,ଓଡିଶା ପଶ୍ଚିମ ପ୍ରାନ୍ତର ସହ ସମ୍ପାଦକ ମୋହନ ଚରଣ ଦାସ , ଜୟପୁର ଓ କଳାହାଣ୍ଡି ବିଭଗ ର ସଙ୍ଗଠନ ମନ୍ତ୍ରୀ ରାମ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଡାବୁଗାଁ ପ୍ରଖଣ୍ଡର ସଭାପତି ସପନ ଦେ,ସମ୍ପାଦକ କୈଳାଶ ସିଂ ଓ ଲକ୍ଷ୍ମୀକାନ୍ତ ରଥ ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ସରୋଜ ଅଗସ୍ତି,ମନୋଜ କୁମାର ଶର୍ମା,ପ୍ରେମଚନ୍ଦ୍ର ଦାଶ ,କିରଣ କୁମାର ପଟନାୟକ, ଫଗନୁ ମାଝି , ଅଶୋକ ପାତ୍ର ,ମିଥୁ ପାତ୍ର,ବଜରଙ୍ଗ ଜିଲ୍ଲା ସଂଯୋଜକ ଆକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିଚୟ ଵର୍ଗ ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଇଥିଲା। ଆଗାମି ଦିନରେ ବିଶ୍ୱ ହିନ୍ଦୁ ପରିଷଦ ର ସମିତି ପ୍ରତି ଗ୍ରାମରେ,ପଞ୍ଚାୟତ ସ୍ତରରେ ଗଠନ କରିବା ପାଇଁ ଗୁରୁତ୍ୱ ପ୍ରଦାନ କରିଥିଲେ। ବିଶ୍ୱ ହିନ୍ଦୁ ପରିଷଦ ର ଲକ୍ଷ ପୂରଣ ପାଇଁ ସମସ୍ତେ ପ୍ରୟାସ କରିବା ପାଇଁ ଜିଲ୍ଲା ସଭାପତି ଅନୁରୋଧ କରିଥିଲେ।

0
0
0
s2sdefault