ଅଶୋକ ସାହୁ:11/ 12/1992ରେ ଡାବୁଗାଁ ରୁ ଚାକିରୀ ଜୀବନ ଆରମ୍ଭ l ଅଂଚଳଗୁମା, ତାରାଗାଁ ଓ RCD ହାଇସ୍କୁଲ ରେ ଶିକ୍ଷକତା କାଟିବାପରେ 06/ 08/2021 ରେ ପ୍ରଧାନ ଶିକ୍ଷକ ରୂପେ ଯୋଗ ଦିଅନ୍ତି ଭାଟିଗାଁ ହାଇସ୍କୁଲ ସ୍କୁଲରେ l 35 ଜଣ ଷ୍ଟାଫ୍ଙ୍କୁ ନେଇ ବିଦ୍ୟାଳୟ କୁ ଶିକ୍ଷାର ସର୍ବୋଚ୍ଚ ସ୍ତରରେ ପହଂଚି ପାରିଥିଲେ ସରୋଜ ସାର l ବିଦ୍ୟାଳୟକୁ ଶ୍ରେଠ ଵିଦ୍ୟଳୟ, ଶ୍ରେଠ SMC, ଶ୍ରେଠ ପ୍ରଧାନ ଶିକ୍ଷକ ରୂପେ ପୁରସ୍କୃତ 2024 ମସିହାରେ l ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷକ ଆଧିକାରୀ ଙ୍କ ଠାରୁ 2025 ମସିହାରେ ଶତ ପ୍ରତିଶତ HSC ପରୀକ୍ଷାରେ ସଫଳତା ହାରରେ ପୁରସ୍କୃତ l ଏ ବର୍ଷ ପଞ୍ଚମ ବୃତ୍ତି ଓ ପଠାଣିସାମନ୍ତ ପରକ୍ଷା ରେ ବିଦ୍ୟାଳୟ ର ଛାତ୍ର କୃତିତ୍ୱ ଆଣିଛନ୍ତି l ଅଗଣିତ ଛାତ୍ରଛାତ୍ରୀ, ଅଗଣିତ ଅଭିଭାବକ ଙ୍କର ଶୁଭେଚ୍ଛା ରେ ତାଙ୍କର ଚଲା ଯିବନ କୁଶମିତ ହୋଇ ଉଠିଛି l ନୟାଗଡ଼ ରୁ କୈଶୋର ପରେ ନବରଙ୍ଗପୁର ରେ ଯୌବନ ରୁ ବାର୍ଦ୍ଧ୍ୟକ୍ୟ କଟିଯାଇଛି ଶିକ୍ଷକତା ଜୀବନ l ବିଦ୍ୟାଳୟର SMC, ପଞ୍ଚାଶିକ୍ଷା ସେତୁ ସଂଗଠନ, SHG group, ଅଗଣିତ ଗ୍ରାମବାସୀ ଙ୍କ ଉପସ୍ଥିତିରେ ଅବସର କାଳୀନ ବିଦାୟ ସଭା ଭାବମୟ ପରିବେଶ ସୃଷ୍ଟି କରିଥିଲା l ଛାତ୍ରଛାତ୍ରୀ, ସର୍ବୋପରି ଗ୍ରାମବାସୀ ମହିଳାଙ୍କର ଲୋତକ ପୂର୍ଣ୍ଣ ବିଦାୟ ଦେଖିବାପରି ଥିଲା l ସରୋଜ ସାର କହିଲେ ମୋତେ ହସରେ ବିଦାୟ ଦିଅ ଲୁହରେ ନୁହଁ l କୁନୀ ଛାତ୍ରୀ ମାନଙ୍କ ନୃତ୍ୟ ବିଦାୟ ସଂଗୀତ ଭାବମୟ ପରିବେଶ ସୃଷ୍ଟି କରିଥିଲା l ଅବସର ଜୀବନ ସୁଖମୟ ହେଉ ଏହାହିଁ ସମସ୍ତଙ୍କର କାମନା l ବିଦ୍ୟଳୟର ବର୍ଷ ଶିକ୍ଷକ ପ୍ରୀତମ ବିଶ୍ୱାଳ, ଶରତ ପାତ୍ର, ଉତ୍କଳ କେଶରୀ ପରିଡା, ଅମରେନ୍ଦ୍ର ହୋତା, ଉମା ହଳବା, ଦୈତାରୀ ହରିଜନ ଆଦି ଅନ୍ୟ ଶିକ୍ଷକ ଗହଣରେ ସଭା ଟି ସାଫଲ୍ୟ ମଣ୍ଡିତ ହୋଇଥିଲା
ରାଜ୍ୟ
ସରକାରୀ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ, ଭାଟିଗାଁ ର ପ୍ରିନସିପାଲ ସରୋଜ କୁମାର ତ୍ରିପାଠୀ ଙ୍କ ଅବସର ଗ୍ରହଣ ମହା ସମାରୋହରେ ପାଳିତ
- Hits: 221








