ହେଡଲାଇନସ୍:

ଜିଲ୍ଲା ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଦୈବିଦୁର୍ବିପାକ ମୁକାବିଲା ସଚେତନତା କାର୍ଯ୍ୟକ୍ରମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଛାତ୍ରଛାତ୍ରୀମାନଙ୍କୁ ମକଡ୍ରିଲ ପ୍ରଦର୍ଶନ ମାଧ୍ୟମରେ କରାଗଲା ସଚେତନ 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ସେଣ୍ଟଜୋସେଫ ଇଂରାଜୀ ମିଡିୟମ ବିଦ୍ୟାଳୟ ପରିସରରେ ଗଜପତି ଜିଲ୍ଲା ଅଗ୍ନିଶ୍ରମ ବିଭାଗ ପକ୍ଷରୁ ବିଭିନ୍ନ ଦୈବିଦୁର୍ବିପାକ ଘଟଣା , ଘଟିବା ବେଳେ ନିଜେ କିଭଳି ସତର୍କ ରହିବା ସହ  ଉଦ୍ଧାର କରିବା ଓ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ ସେ ସମ୍ପର୍କରେ ବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକ,ଶିକ୍ଷୟତ୍ରୀ ଓ ଅଭିଭାବକମାନଙ୍କୁ ନେଇ ଏକ ସଚେତନତା ଧର୍ମୀ ମକଡ୍ରିଲ ପ୍ରଦର୍ଶର୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅଗ୍ନିଶ୍ରମ ବିଭାଗର ସହକାରୀ ଫାଏର ଅଫିସର ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ୧୨ ଜଣିଆ କର୍ମଚାରୀ ଯୋଗଦେଇ ବିଭିନ୍ନ କ୍ଷେତ୍ରର ଅଗ୍ନିକାଣ୍ଡ ଘଟିଲେ ଧନଜୀବନ କିଭଳି ରକ୍ଷା ଓ ସୁରକ୍ଷା କରିବାକୁ ହେବ ଅଗ୍ନିକାଣ୍ଡକୁ କିଭଳି ଓ କେଉଁ ଉପାୟ କୌଶଳ ଅବଲମ୍ୱନ କରି ଆୟତ୍ତ କରିବାକୁ ହେବ ନିଜେ ସତର୍କ ରହି ଅନ୍ୟ ଆହତଙ୍କୁ କିଭଳି ଉଦ୍ଧାର କରିବାକୁ ହେବ , ସଡକ ଦୁର୍ଘଟଣା କି ଆକସ୍ମିକ ଦୁର୍ଘଟଣା ବେଳେ ଆହତଙ୍କୁ କିଭଳି ଆଣିବାକୁ ହେବ ଏବଂ କିଭଳି ପ୍ରାଥମିକ ଚିକିତ୍ସା ଯୋଗାଇଦେବାକୁ ହେବ  । ସମସ୍ତ ଘଟଣାବଳୀକୁ ଫାଏର ଅଧିକାରୀ ଶ୍ରୀ ପାଣିଗ୍ରାହୀ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାଇକଯୋଗେ ବୁଝାଇ ବିଭିନ୍ନ ଉପରେ ମକଡ୍ରିଲ ପ୍ରଦର୍ଶନ କରାଇ ସଚେତନ କରାଇଥିଲେ । ଛାତ୍ରଛାତ୍ରୀ ମାନେ ମଧ୍ୟ ଏ ସମ୍ପର୍କରେ ସେମାନଙ୍କ ମନରେ ରହିଥିବା ସନ୍ଦେହ ମୂଳକ ପ୍ରଶ୍ନ ପଚାରି ଉତ୍ତରଅବଗତ ହୋଇଥିଲେ । ବିଭିନ୍ନ ଘଟଣା ବେଳେ ଉଦ୍ଧାର  ଓ ପ୍ରାଥମିକ ଚିକିତ୍ସା କିଭଳି କରାଯାଏ ତାର ଉପାୟ କୌଶଳ ପ୍ରଦର୍ଶନ କରିଥିଲେ । ପ୍ରାଥମିକ ଚିକିତ୍ସା ପ୍ରଦର୍ଶନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରେଭ୍‍ :ଡ:ଥୋମାସ ପାରାଇଲ ବିଦ୍ୟାଳୟର ସମ୍ପାଦକ ଓ ପରିଚାଳକ, ବିଦ୍ୟାଳୟର ଅଧ୍ୟକ୍ଷ ଏସଆର. ବିଜୟା ବିଦ୍ୟାଳୟର ପରିଚାଳନା କମିଟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ସମେତ ୧୩୫୦ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବିଦ୍ୟାଳୟର ଉପଅଧ୍ୟକ୍ଷ ଫାଦର ସୁରେଶ ଚନ୍ଦ୍ର ନାୟକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

0
0
0
s2sdefault