ହେଡଲାଇନସ୍:

 ବିଜେଡି ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ  ମୋ ଭବିଷ୍ୟତ ସୁରକ୍ଷା - ସ୍ୱାକ୍ଷର ଅଭିଯାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ଅଭିଯୋଗ ସମେତ ଅନୁସୂଚୀତ ଜାତି ଛାତ୍ରଛାତ୍ରୀଙ୍କ ପ୍ରତି ଷ୍ଟାଇପେଣ୍ଡ ପାଣ୍ଠି ଦେବା ବନ୍ଦ କରିଦେଇଥିବା ପ୍ରତିବାଦରେ ବିଜେଡି ଯୁବ ମୋର୍ଚ୍ଚା ଓ ଛାତ୍ର ଜନତା ଦଳ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ସମେତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ଯୁବ ସଭାପତି ପି.କ୍ରିଷ୍ଣା, ଛାତ୍ର ଜନତା ସଭାପତି କାହ୍ନୁଚରଣ ଭୂୟାଁ ଏବଂ ପର୍ଯ୍ୟବେକ୍ଷକ ଭାବେ ଆସିଥିବା ରାଜ୍ୟ ଛାତ୍ର ଜନତା ସମ୍ପାଦକ ବି.ମନୋଜ ଦୋରା ଏବଂ ରାଜ୍ୟ ଯୁବ ସମ୍ପାଦକ ରଶ୍ମିରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇ ରାଜ୍ୟର ଅନୁସୂଚୀତ ଜାତି ଛାତ୍ରଛାତ୍ରୀମାନଙ୍କ ମାଟ୍ରିକ ପରବର୍ତ୍ତୀ ବୃତ୍ତି ଦେବା ସଂପୁର୍ଣ୍ଣ ଭାବେ ଏକ କେନ୍ଦ୍ରୀୟ ଯୋଜନା  ଏଥିରେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟର ଆବଶ୍ୟକ ଅର୍ଥ ଦେବା ତଥା ଯାହାକି ଏହି ଯୋଜନାରେ ୯୦ଭାଗ ଏବଂ ରାଜ୍ୟ ୧୦ ଭାଗ ପାଣ୍ଠି ଯୋଗାଇଦେବାର ନିୟମ ଥିବା ବେଳେ ଗତ ୨୦୧୭ - ୧୮ ବର୍ଷରେ ଏହି ବୃତ୍ତିକୁ କେନ୍ଦ୍ର ପକ୍ଷରୁ ୨୦ ପ୍ରତିଶତରୁ କମ୍‍ ଦିଆଯାଉଅଛି ହେଲେ ମଧ୍ୟ ଗତ ଦୁଇ ବର୍ଷ ହେଲାଣି ଏହି ବାବଦୀୟ ଅର୍ଥ ଯୋଗାଇଦିଆଯାଉନାହିଁ । ଏହାର ପ୍ରତିବାଦରେ ଏକ ସ୍ୱାକ୍ଷର ଅଭିଯାନ କରାଯାଉଛି କହିଥିଲେ । ଓଡିଶାର ଛାତ୍ରଛାତ୍ରୀମାନେ କେନ୍ଦ୍ର ସରକାରଙ୍କ ଏଭଳି ବୈମାତୃକ ମନୋଭାବ ଓ ପାତର ଅନ୍ତର ନୀତିର ଶିକାର ହୋଇଛନ୍ତି ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ । କେନ୍ଦ୍ରର ଏଭଳି ଅବହେଳା ସତ୍ୱେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଛାତ୍ରବୃତ୍ତି ବାବଦୀୟ ଟଙ୍କା  ଯୋଗାଇ ଦେଇ ଆସୁଛନ୍ତି କହିଥିଲେ । ଏହି ଅବସରରେ ସୋମବାର ଦିନ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରୁ ମହିଳା ବିଜୁ ଜନତାଦଳର ଯୁବମୋର୍ଚ୍ଚା ଓ ଛାତ୍ର ଜନତା ଦଳର ୫୦୦ରୁ ଉଦ୍ର୍ଧ୍ୱ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ବିରୋଧୀ ନାରା ଦେଇ କଲେଜ ଛକ ଠାରେ ମୋ ଭବିଷ୍ୟତ ସୁରକ୍ଷା ସ୍ୱାକ୍ଷର ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ସାକ୍ଷର କରିଥିଲେ । ସେଠାରେ ଏକ ବିକ୍ଷୋଭ ସଭାରେ ଏକ ହଜାରରୁ ଉଦ୍ର୍ଧ୍ୱ ବିଜେଡିର କର୍ମକର୍ତ୍ତା, ଯୁବ ବିଜେଡି ଓ ଛାତ୍ରଜନତା ଯୋଗ ଦେଇଥିଲେ । ପର୍ଯ୍ୟବେକ୍ଷକ ତଥା ଛାତ୍ର ଜନତା ସମ୍ପାଦକ ବି.ମନୋଜ ଦୋରା , ଯୁବ ସଭାପତି ପି.କ୍ରିଷ୍ଣା, ବିଜେଡି ଉପସଭାପତି ଲକ୍ଷ୍ମୀ ପରିଛା, ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ବିଭିନ୍ନ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ କେନ୍ଦ୍ରର ଅନୁସୂଚୀତ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତି ଅବହେଳା ଓ ମାରଣନୀତିର ତୀବ୍ର ସମାଲୋଚନା କରି  ଶୀଘ୍ର ପୂର୍ବଭଳି ଛାତ୍ରଛାତ୍ରୀଙ୍କ  ଅଂଶଧନ ଧାର୍ଯ୍ୟ ସମୟରେ ଦେବାକୁ କହିଥିଲେ । ପୁର୍ବତନ ବିଧାୟକ କେ.ନାରାୟଣ ରାଓ , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପି.ଲତା , ବିଜେଡି ସଭାପତି ପ୍ରଦୀପ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ ।

0
0
0
s2sdefault