ହେଡଲାଇନସ୍:

କି ଦୁଃଖଦ - ସ୍କୁଲକୁ ଯାଇଥିଲା ଆଉ ଫେରିଲାନି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ବିଲ ରାସ୍ତାରେ ଯାଉଥିବା ବେଳେ ୭ବର୍ଷର ସ୍କୁଲ ଛାତ୍ରକୁ ଉଠାଇ ନେଇ ମାରିଦେଲା ବଣୁଆ କୁକୁର 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ବାଲିସୁଦ୍ର ଗ୍ରାମରେ ଶର୍ମା ମହାରଣାଙ୍କ ୭ ବର୍ଷର ପୁଅ ରିଙ୍କୁ ମହାରଣା ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ଅଧ୍ୟୟନ କରୁଥିଲା । ଆଜି ପୂର୍ବାହ୍ନ ସାଢେ଼ ୯ଟା ସମୟରେ ବିଲ ରାସ୍ତାରେ ରାହାଙ୍ଗା ୟୁ ପି ସ୍କୁଲକୁ ପଢ଼ିବାକୁ ଯାଉଥିବା ସମୟରେ ରାସ୍ତାରେ ବଣୁଆ କୁକୁର ପଲର ସମ୍ମୁଖୀନ ହୋଇଥିଲା । କୁକୁରମାନେ ଏହି ଛୁଟ ପିଲାକୁ ରାସ୍ତାରେ ଏକାକୀ ଥିବାର ଦେଖି ଆକ୍ରମଣ କରି ପେଟ, ମୁଣ୍ଡ ଓ ହାତ ସହିତ ଶରୀର ବିଭିନ୍ନ ଅଂଶକୁ କାମୁଡ଼ି ଝୁଣି ପକାଇଥିଲେ । ଫଳରେ କୁକୁର ଆକ୍ରମଣରେ ଘଟଣାସ୍ଥଳରେ ରିଙ୍କୁର ମୃତୁ୍ୟ ହୋଇଥିଲା । ମୃତ ରିଙ୍କୁ ରାସ୍ତା ଉପରେ ସେହି କ୍ଷତବିକ୍ଷତ ଅବସ୍ଥାରେ ପଡ଼ି ରହିଥିଲା । ପୂର୍ବାହ୍ନ ୧୧ଟା ସମୟରେ କେତେକ ଗାଈ ଜଗୁଆଳୀ ଗୋରୁ ଧରି ସେହି ରାସ୍ତାରେ ଯାଉଥିବା ରିଙ୍କୁ ଦେଖି ଗାଁରେ ଖବର ଦେଇଥିଲେ ଏବଂ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଁଞ୍ଚି ରିଙ୍କୁର ମୃତ ଶରୀରକୁ ଉଦ୍ଧାର କରି ଗ୍ରାମକୁ ନେଇ ଆସିଥିଲେ । ଯଶିପୁର ଥାନା ପୁଲିସ ଖବରପାଇ ବାଲିସୁଦ୍ର ଗ୍ରାମରେ ପହଁଞ୍ଚି ଶବକୁ ଜବତ କରି କରଞ୍ଜିଆ ହସପିଟାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ । ଏହାକୁ ନେଇ ଥାନାରେ କେଶ ନଂ ୨/୨୦୧୯ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି । ରିଙ୍କୁ ମହାରଣାର ମୃତୁ୍ୟକୁ ନେଇ ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଥିଲା । 

0
0
0
s2sdefault