ହେଡଲାଇନସ୍:

ବିଦ୍ୟୁତ ପ୍ରଦାନ ଦାବିରେ ଗୁଞ୍ଜସାହି ଲୋକଙ୍କ ରାସ୍ତାରୋକ: ୧୦ ଦିନ ମଧ୍ୟରେ ସମସ୍ୟାର ସମାଧାନର ପ୍ରତିଶ୍ରୁତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା, (ଦିଲ୍ଲୀପ ମହାନ୍ତି )-ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଲୋକମାନଙ୍କର ମୌାଳିକ ସୁବିଧା ଯୋଗାଇଦେବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନାମାନ କରୁଛନ୍ତି । ଏନେଇ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । ହେଲେ ଲୋକେ ସେମାନଙ୍କର ମୌଳିକା ସୁବିଧା ପାଇବାରୁ ବଂଚିତ ହେଉଥିବା ନେଇ ବାରମ୍ବାର ଆନ୍ଦୋଳନ  ଓ ରାସ୍ତାରୋକ କରୁଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାରିପଦା ସଦର ଥାନା ଅର୍ନ୍ତଗତ ଗୁଞ୍ଜସାହି ଠାରେ । ଦୀର୍ଘ ଦିନ ଧରି ଗୁଞ୍ଜୁସାହି ଗ୍ରାମବାସୀ ଅନ୍ଧାରରେ ରହିବା ପରେ ମଧ୍ୟ ସେମାନଙ୍କୁ ବିଜୁଳି ମିଳୁ ନାହ÷ିଁ । ଫଳରେ ବାଧ୍ୟ ହୋଇ ସେମାନେ ସେମାବାର ରାସ୍ତାରୋକ କରିଛନ୍ତି । ସୂଚନା ଅନୁସାରେ,ଗୁଞ୍ଜୁସାହିର ଲୋକେ ଦିନ ପରେ ଦିନ ଅନ୍ଧାରରେ ଦିନ କାଟିବା ପରେ ବିଜୁଳି ଦାବି କରି ସୋମାବର ରାଜରାସ୍ତାକୁ ଓହ୍ଲାଇଛନ୍ତି ।  ପୂର୍ବରୁ ମଧ୍ୟ ଏନେଇ ରାସ୍ତାରୋକ କରାଯାଇଥିଲା ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇ ନାହିଁ । ଆଜି ମଧ୍ୟ ସେହି ବିଦ୍ୟୁତ ସଂଯୋଗ ଦାବି କରି ବାରିପଦା -ଅମର୍ଦ୍ଧା ରାଜ୍ୟ ରଜପଥକୁ ଟାୟାର ଜାଳି ରାସ୍ତା ରୋକ କରିଥିଲେ  ଶତାଧିକ ମହିଳା ।  ଗ୍ରାମବାସୀ  ଜୟନ୍ତୀ ମହାନ୍ତ,ମାଳତୀ ବେହେରା,ବାଇଧର ମାର୍ଣ୍ଡିଙ୍କ କହିବା ଅନୁସାରେ,ଗ୍ରାମବାସୀମାନେ ଦିନ ପରେ ଦିନ ଅନ୍ଧାରରେ ବିତାଉଛନ୍ତି । ବିଦ୍ୟୁତ ସେବା ପ୍ରଦାନ କରିବା କ୍ଷେତ୍ରରେ କେବଳ ମିଳୁଛି ପ୍ରତିଶ୍ରୁତି । ହେଲେ ଆଲୁଅରୁ ଗୁଞ୍ଜୁସାହି ଓ ହେସେଲଡିହି ଗ୍ରାମବାସୀମାନେ ବଂଚିତ ହେଉଛନ୍ତି । ଏପରିକି ଏହି ଆଦିବାସୀ ବହୂଳ ଜିଲ୍ଲାର ସଦର ବ୍ଳକର ଏହି ଗାଁରେ ସେମାନଙ୍କ ନିକଟରେ ମଧ୍ୟ ସରକାରୀ ଯୋଜନା ପହଁଚିପାରୁନି । ଯାହାକୁ ନେଇ ସେମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାଛଡା ଏବେ ହାତୀ ଏହି ଗ୍ରମାବସୀଙ୍କ ପାଇଁ କାଳ ସାଜିଛି ।  ଏବଂ ଅନ୍ଧାରର ସୁଯୋଗ ନେଇ ଗାଁରେ ହାତୀ ଉପଦ୍ରବ କରୁଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯିବା ପରେ ମଧ୍ୟ ବନ ବିଭାଗ ନିରବ ରହିଛି । ଏପରିକି ହାତୀ ଦ୍ୱାରା ହୋଇଥିବା କ୍ଷୟକ୍ଷତିର କ୍ଷତିପୂରଣ ମିଳୁ ନ ଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ତେବେ ଘଟଣା ସ୍ଥଳରେ ବାରିପଦା ସଦର ଥାନା ଅଧିକାରୀ ସ୍ୱର୍ଣ୍ଣଲତା ମିଞ୍ଜ ଓ ନେସ୍କୋର ଏସଡିଓ ଏନଏସ ସେଠି ଘଟଣା ସ୍ଥଳରେ ପହଁଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ୧୦ ଦିନ ମଧ୍ୟରେ ସମସ୍ୟାର ସମାଧାନର ପ୍ରତିଶ୍ରୁତି ଦେଇଥିଲେ । ଫଳରେ ୧୨ଟା ପରେ ଏହି ରାସ୍ତାରୋକ ହଟିଥିଲା । 

0
0
0
s2sdefault