ହେଡଲାଇନସ୍:

ପ୍ରେସ ୟୁନିୟନ ରାୟଗଡ଼ାର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାୟଗଡ଼ା(ସରୋଜ କୁମାର ସାହୁ)  ପ୍ରେସ ୟୁନିୟନ ରାୟଗଡ଼ା ର ତୃତୀୟ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ନିରାଡମ୍ବର ଭାବେ ପାଳନ କରିଛି । ଏହି ଅବସରରେ ୟୁନିୟନର ସଭାପତି ଦୟାନନ୍ଦ ଖାଡଙ୍ଗାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଏକତ୍ରିତ ହୋଇ ସ୍ଥାନୀୟ ଶକ୍ତି ବୃଦ୍ଧାଶ୍ରମ ଓ ରାୟଗଡ଼ା ପ୍ରସିଦ୍ଧ ଠାକୁରାଣୀ ମା ମଝୀଘରିଆଣି ମନ୍ଦିର ପ୍ରାଙ୍ଗଣ ତଥା ସହରର ବିଭିନ୍ନ ସ୍ଥାନରେ ବସିଥିବା ଗରୀବ ଲୋକଙ୍କୁ ଫଳ, ବିସ୍କୁଟ, ପାଉରୁଟି ବଣ୍ଟନ କରା ଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ୟୁନିୟନ ସମସ୍ତ କାର୍ଯ୍ୟକର୍ତ୍ତା ଓ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିବା ସହ ଆଗାମୀ ଦିନ ମାନଙ୍କରେ ୟୁନିୟନର ସମସ୍ତ ସାମାଜିକ କାର୍ଯ୍ୟକ୍ରମ ଗୁଡିକୁ ସଫଳ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ।

 

0
0
0
s2sdefault