ହେଡଲାଇନସ୍:

ଗୁଣପୁର ଠାରେ ଜାତୀୟ ଭୋଟର ଦିବସ ପ୍ରସ୍ତୁତି ବୈଠକ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଗୁଣୁପୁର/ ସିଦ୍ଧାର୍ଥ ଦାଶ : ଗୁଣପୁର ଉପଜିଲ୍ଲାପାଳଙ୍କ ସଦ୍ଭାବନା ଗୃହଠାରେ ଭୋଟର ଦିବସ ଉପଲକ୍ଷେ ଉପ ଜିଲ୍ଲାପାଳ ବି.ସିଦ୍ଧେଶ୍ୱର  ବଳିରାମଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ  ହୋଇଯାଇଛି । ପୂର୍ବବର୍ଷ ଭଳି ଚଳିତ ବର୍ଷ ଭାରତ ନିର୍ବାଚନ ଆୟୋଗ ତରଫରୁ ଜାନୁୟାରୀ ୨୫ ତାରିଖକୁ ପ୍ରତିଷ୍ଠା  ଦିବସ ଭାବେ ପାଳନ କରାଯିବ ବୋଲି ନିଷ୍ପତ୍ତି  ନିଆଯାଇଛି । ଏହି ଅବସରରେ ସ୍ଥାନୀୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ  ମାନଙ୍କରେ  ଏ ସମ୍ପର୍କିତ ରଚନା,ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗୀତା କରାଯାଇ ଜାତୀୟ ଭୋଟର ଦିବସ ଦିନ କୃତି ବିଦ୍ୟାର୍ଥିଙ୍କୁ ପୁରସ୍କୃତ କରାଯିବା ସହ  ଭୋଟର ସଚେତନତା  କାର୍ଯ୍ୟକ୍ରମ କରାଯିବା ସ୍ଥିର କରାଯାଇଛାି 

ରାୟଗଡା ଜିଲ୍ଲା ବିଷମକଟକ ଏବଂ ଗୁଣପୁର ନିର୍ବାଚନ ମଣ୍ଡଳିରେ ୫୭୩ଟି ଭୋଟ ଗ୍ରହଣ କେନ୍ଦ୍ର ରହିଥିବା ବେଳେ ତନ୍ମଧ୍ୟରୁ   ଗୁଣପୁର ନିର୍ବାଚନ ମଣ୍ଡଳୀରେ ୨୮୪ଟି ବୁଥ୍‍  ଏବଂ ବିଷମକଟକ ନିର୍ବାଚନ ମଣ୍ଡଳୀରେ ୨୮୯ଟି ବୁଥ୍‍ ଗଠନ କରାଯାଇଛି । ଗୁଣପୁର ନିର୍ବାଚନ ମଣ୍ଡଳୀରେ ଏଥି ପୂର୍ବ ନିର୍ବାଚନ ବେଳେ ପାଖାପାଖି ୨ଲକ୍ଷ ୪ ହଜାର ମତଦାତା ରହିଥିଲେ । ଚଳିତ ୨୦୧୭ -୧୮ ମସିହାରେ ପ୍ରାୟ  ୨୭ ହଜାର ଭୋଟରଙ୍କ ନାମ ଯୋଡାଯିବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୭ ହଜାରରୁ ଉର୍ଦ୍ଧ୍ବ ଭୋଟରଦାତାଙ୍କ ନାମ  ଭୋଟର ତାଲିକାରେ  ଯୋଡା ସରିଥିବା ସରକାରୀ ଦପ୍ତରରୁ ପ୍ରକାଶ କରାଯାଇଛି ।  ଏହି କାର୍ଯ୍ୟକ୍ରମକୁ ସହକାରୀ ଜିଲ୍ଲାପାଳ ରିନା ପ୍ରଧାନ ପରିଚାଳନା କରିଥିବାବେଳେ ଉପଖଣ୍ଡ ସୂଚନା  ଓ ଲୋକ ସମ୍ପର୍କ ଅଧିକାରୀ ରଶ୍ମୀରାଣୀ  ନିମାକା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସ୍ଥାନୀୟ ନିର୍ବାଚନ ସହକାରୀ ସହାୟକ ସୂର୍ଯ୍ୟ ନାୟକ ଉପସ୍ଥିତ ରହିଥିଲେ ।

 

0
0
0
s2sdefault