
କେନ୍ଦୁଝର,ତା୬/୩- ସ୍ଥାନୀୟ ପିଏମ୍ ଶ୍ରୀ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟ କେନ୍ଦୁଝରରେ ଜିଲ୍ଲା ସ୍ତରୀୟ ପିଏମ୍ଶ୍ରୀ ଉତ୍ସବ ମାର୍ଚ୍ଚ ୬ ତାରିଖ ରେ ଉଦଘାଟିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସଭାପତିତ୍ବରେ କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ଯୋଗ ଦେଇ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଯୁଗାନ୍ତକରୀ ପଦକ୍ଷେପ ପିଏମ୍ ଶ୍ରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କୁ ଭୂୟସୀ ପ୍ରଂଶସା କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା,ସତ୍ୟନାରାୟଣ ମହାନ୍ତ,ରୁଦ୍ର ନାରାୟଣ ସାମଲ,ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଡ଼ା ବ୍ଲକ୍ ଶିକ୍ଷା ଅଧିକାରୀ କ୍ଷେତ୍ରମୋହନ ହାଁସଦା,ପାଟଣା ବ୍ଲକ୍ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ,ହରିଚନ୍ଦନପୁର ବ୍ଲକ୍ ଶିକ୍ଷା ଅଧିକାରୀ ଚିନ୍ମୟ ରାଉତ,ଝୁମ୍ପୁରା ବ୍ଲକ୍ ଶିକ୍ଷା ଅଧିକାରୀ ଭଗବାନ ମିଶ୍ର,ଘଷିପୁରା ବ୍ଲକ୍ ଶିକ୍ଷା ଅଧିକାରୀ ସଦ୍ୟସ୍ନାନ ପଣ୍ଡା,ବାଂଶପାଳ ବ୍ଲକ୍ ଶିକ୍ଷା ଅଧିକାରୀ ଦାଶରଥି ଶୁଣ୍ଢି,ଘଟଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ହରେକୃଷ୍ଣ ନାୟକ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା,ପିଏମ୍ଶ୍ରୀ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ମହାନ୍ତି,ପଞ୍ଚ ସଖା ଶିକ୍ଷା ସେତୁର ଜିଲ୍ଲା ସହାୟକ ଅଧିକାରୀ ପରମେଶ୍ୱର ସାମଲ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ସୃଜନାତ୍ମକ ଚିନ୍ତାଧାରାରେ ଆଗକୁ ବଢ଼ିବା ପାଇଁ ଅଭିଭାଷଣ ମାଧ୍ୟମରେ ପରାମର୍ଶ ଦେଇଥିଲେ।ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ୧୯ ଟି ପିଏମ୍ଶ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏହି ଉତ୍ସବରେ ଆକାଂକ୍ଷୀ ମେଳା,ଟ୍ୟାଲେଣ୍ଟ ଗ୍ୟାଲେରୀ,ଦୋକାନ ଯାତ୍ରା,କ୍ୟାରିଅର ମେଳା ରେ ୧୯ ଟି ପିଏମ୍ଶ୍ରୀ ବିଦ୍ୟାଳୟର ପ୍ରାୟ ୮୩୫ ଜଣ ଛାତ୍ରଛାତ୍ରୀ ଯୋଗଦାନ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ।ବିଚାରକ ଭାବେ ଧରଣୀଧର ବିଶ୍ଵବିଦ୍ୟାଳୟର ଅର୍ଥନୀତିର ଆସିଷ୍ଟାଣ୍ଟ ପ୍ରଫେସର ଡ଼ ଦାମୋଦର ସାହୁ,ପଦାର୍ଥ ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ଡ଼ କୃଷ୍ଣଚନ୍ଦ୍ର ପ୍ରଧାନ,ରସାୟନ ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ଡ଼ ପ୍ରକାଶ ଚନ୍ଦ୍ର ପାଲ,ଉଦ୍ଭିଦ ବିଜ୍ଞାନର କନିଷ୍ଠ ଅଧ୍ୟାପକ ରାଜେନ୍ଦ୍ର କୁମାର କର ବିଭିନ୍ନ ପ୍ରକଳ୍ପଗୁଡିକର ମୂଲ୍ୟାୟନ କରିଥିଲେ।ଏହି ପିଏମ୍ଶ୍ରୀ ଉତ୍ସବ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବହୁ ମାତ୍ରାରେ ଜନସାଧାରଣ ତଥା ଛାତ୍ର ଛାତ୍ରୀ ସମବେତ ହୋଇଥିଲେ।ଶିକ୍ଷୟିତ୍ରୀ ସୋମ୍ୟାଶ୍ରୀ ଚାଟାର୍ଜୀ ମଞ୍ଚ ପରିଚାଳନା କରିଥିବା ବେଳେ ପଞ୍ଚ ସଖା ଶିକ୍ଷା ସେତୁ ଜିଲ୍ଲା ନୋଡାଲ ଅଫିସର ତଥା ଜିଲ୍ଲା ବିଜ୍ଞାନ ପରିଦର୍ଶକ ପରମେଶ୍ୱର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।ଜିଲ୍ଲା ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବକୁ ସଫଳ କରାଇବାରେ ସମଗ୍ର ଶିକ୍ଷା କେନ୍ଦୁଝର,ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ତଥା ଜିଲ୍ଲା ସ୍ତରୀୟ ପିଏମ୍ଶ୍ରୀ ଉତ୍ସବର ବିଭିନ୍ନ କମିଟିରେ ଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ସହଯୋଗ ରହିଥିଲା।








