କେନ୍ଦୁଝର,ତା୬/୩- କେନ୍ଦୁଝର ସହର ଜୁଡ଼ିଆ ପାଖରେ ଥିବା ସାମଲ ଅଟୋମୋବାଇଲ ନିକଟରୁ ଆଜି କେନ୍ଦୁଝର ବିଦ୍ୟୁତ ଡିଭିଜନର ସେକସନ ୧ରେ କାର୍ଯ୍ୟରତ ଟାଟା ପାୱାର କର୍ମଚାରୀ ଦେବାଶିଷ ସ୍ୱାଇଁଙ୍କ ଶବ ଅତି ରହସ୍ୟଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ଫ୍ଲାଇ ଓଭର ପାଖରେ ଥିବା ଏକ ମାଟି ରାସ୍ତାରେ ସ୍କୁଟର ସାଇଡ ଷ୍ଟାଣ୍ଡ ମରା ହୋଇଥିବା ଅବସ୍ଥାରେ ସେଠାରେ ଶ୍ରୀ ସ୍ୱାଇଁ ଆଗକୁ ମରି ଝୁଲିଥିବା ଅବସ୍ଥାରେ ମିଳିଛନ୍ତି। ସେ ଉଦ୍ଧାର ବେଳେ ସିଟରେ ବସିଥିଲେ ମୁହଁ ଡିସପ୍ଲେ ବୋର୍ଡରେ ଲାଗିଥିଲା ଗାଡ଼ିରେ ଚାବି ଝୁଲୁଥିଲା। ଏହି ଘଟଣା ସହରରେ ଚଞ୍ଚଲ୍ୟ ସୃଷ୍ଟି କରିଛି। କଥା ଉଠିଛି କି ସେହି ଅଞ୍ଚଳ ତାଙ୍କ ଡ୍ୟୁଟି ପରିସର ନଥିବା ବେଳେ ସେଠାକୁ କାହିଁକି ସେ ଯାଇଥିଲେ। ଯଦି ହୃଦଘାତ ହେଲା ତେବେ ସାଇଡ ଷ୍ଟାଣ୍ଡ ମାରି ବସି ରହିଥିଲେ ତଳେ ଓହ୍ଲାଇ ନଥିଲେ କିପରି, ତେଣୁ ସନ୍ଦେହ ଅନ୍ୟ ଆଡ଼କୁ ଇଙ୍ଗିତ କରୁଛି। ଟାଉନ ଥାନା ପୋଲିସ ଶବ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇ ଅଧିକ ତଦନ୍ତ କରୁଥିବା ଜଣାଯାଇଛି। ଏହିପରି ଅକାଳ ମୃତ୍ୟୁ ନେଇ ଶ୍ରୀ ସ୍ୱାଇଁଙ୍କ ସହକର୍ମୀ ମାନେ ବ୍ୟଥିତ ହୋଇ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଜଣାଇଛନ୍ତି। ତାଙ୍କର ଘର ମୟୁରଭଞ୍ଜ, ବେତନଟୀରେ ହୋଇଥିବା ବେଳେ ଘରେ ବାପାମାଆ, ସ୍ତ୍ରୀ ଓ ଝିଅ ଅଛନ୍ତି।ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁ ରହସ୍ୟ ସାମ୍ନାକୁ ଆସିବ ବୋଲି ଆଲୋଚନା ହେଉଛି।
ରାଜ୍ୟ
ଟାଟା ପାୱାର କର୍ମଚାରୀଙ୍କ ଶବ ସନ୍ଦେହଜନକ ଅବସ୍ଥାରେ ମିଳିଲା।
- Hits: 54








