ହେଡଲାଇନସ୍:

ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ "ଶକ୍ତି ସ୍ୱରୂପିଣୀ'' କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଥମ ଦିନର କାର୍ଯ୍ୟକ୍ରମ ମାଲକାନଗିରି ସ୍ପୋଟର୍ସ କମ୍ପ୍ଲେକ୍ସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ମୁନା ତୁରୁକ୍ ଉପସ୍ଥିତ ଥିଲେ।

ଆଜିର ପ୍ରଥମ ଦିବସ 'ଶକ୍ତି ସ୍ୱରୂପିଣୀ’ କାର୍ଯ୍ୟକ୍ରମ ଅବସରରେ ଶାରୀରିକ ଫିଟନେସ୍‌, ପୋଷଣ ଏବଂ ମାନସିକ ସୁସ୍ଥତା ସକାଶେ ସାମୁହିକ ଯୋଗ ଅଧିବେଶନ ସମ୍ପର୍କରେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।

0
0
0
s2sdefault