କେନ୍ଦୁଝର,ତା୬/୩- କେନ୍ଦୁଝର ଫିଲ୍ମ ଏକାଡେମୀ ତରଫରୁ କ୍ଷୁଦ୍ର ଚଳଚ୍ଚିିତ୍ର "ମଇଳା ଜାମା"ର ଅଡିଓ ରିଲିଜ ହୋଇ ଯାଇଛି,ଏହା ସହିତ ବିଶ୍ୱ ମହିଳା ଦିବସ ମଧ୍ୟ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଧରଣୀଧର ବିଶ୍ଵବିଦ୍ୟାଳୟର କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି, ଆଇଡ଼ିଏଲ ସମାଜସେବୀ ସଂଗଠନର ନିର୍ଦ୍ଦେଶିକା ସେବତୀ ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟାନ୍ୟ ଅତିଥି ଭାବରେ ଦନ୍ତ ରୋଗ ବିଶେଷଜ୍ଞ ଶ୍ରୀ ସଂଜୀବ କୁମାର ଓତା,କବୟିତ୍ରୀ ଶ୍ରୀମତୀ ଇନ୍ଦୁମତୀ ପାତ୍ର, ଅଧ୍ୟାପିକା ଶ୍ରୀମତୀ ସ୍ମୃତି ବାନାର୍ଜୀ, ରଜ କୁଇନ ୨୦୨୫ ସୁଶ୍ରୀ ସ୍ବର୍ଣ୍ଣପ୍ରଭା ମହାନ୍ତ,ଶ୍ରୀ ଚିତ୍ତ ରଞ୍ଜନ ବିଶ୍ୱାଳ, ଇଞ୍ଜିନିଅର ଶ୍ରୀ ପଦ୍ମ ଚରଣ ଦଳାଇ ଏବଂ ‘ମଇଳା ଜାମା'ର ନିର୍ଦ୍ଦେଶକ ତଥା ସଂଗୀତକାର ଶ୍ରୀ ସନ୍ତୋଷ ଚାଟାର୍ଜି ଉପସ୍ଥିତ ଥିଲେ। ସମସ୍ତେ ନିଜ ନିଜ ଅଭିଭାଷଣରେ ମହିଳା ମାନେ କିପରି ଆଜି ବହୁ ଉଚ୍ଚସ୍ଥାନରେ ପହଂଚି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ତାହା ଉପରେ ଆଲୋକପାତ କରିଥିଲେ। କେନ୍ଦୁଝର ଫିଲ୍ମ ଏକାଡେମୀ ଆଗକୁ କେନ୍ଦୁଝରର ବହୁ ପ୍ରତିଭାଙ୍କୁ ସୁଯୋଗ ଦେବ ବୋଲି ଇଂ ଦଳାଇ କହିଥିଲେ। ଏହି ଅବସରରେ କେନ୍ଦୁଝରର କିଛି ଆଗଧାଡିର ମହିଳାଙ୍କୁ ସମ୍ମାନିତ କରାଯାଇଥିଲା। କେନ୍ଦୁଝର ଫିଲ୍ମ ଏକାଡେମୀର ଉପଦେଷ୍ଟା ଏବଂ ସମସ୍ତ କର୍ମକର୍ତ୍ତା ଏହି ସୁନ୍ଦର କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ।
ରାଜ୍ୟ
“ମଇଳା ଜାମା" ଚଳଚ୍ଚିତ୍ରର ଅଡିଓ ଏବଂ ବିଶ୍ୱ ମହିଳା ଦିବସ ପାଳିତ।
- Hits: 64








