ହେଡଲାଇନସ୍:

ଜରାଜୀର୍ଣ୍ଣ ଅବସ୍ଥାରେ ଲଚ୍ଚିପେଟା ଛକ ଯାତ୍ରୀ ପ୍ରତୀକ୍ଷାଳୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-୬/୩/୨୬: ଲୋକଙ୍କ ସୁବିଧା ପାଇଁ ପୂର୍ବ ସରକାରଙ୍କ ପକ୍ଷରୁ ଲକ୍ଷ୍ମୀ ବସ୍ ଯୋଜନାରେ ମାଲକାନଗିରି ଜିଲା କାଲିମେଳା ବ୍ଲକ୍ ତାଣ୍ଡବାଇ ପଞ୍ଚାୟତ ଅଧୀନ MV-୭୯ ୩୨୬ ତମ ଜାତୀୟ ରାଜପଥ ମୁଖ୍ୟ ରାସ୍ତା ପାର୍ଶ୍ବ ତଥା ଲଛୀପେଟା ଗାଁ ଛକରେ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କରାଯାଇଥିଲା।କିନ୍ତୁ ଦୁର୍ଦ୍ଦଶା ଭୋଗୁଛନ୍ତି ଯାତ୍ରୀ l

କିନ୍ତୁ ପଞ୍ଚାୟତ କର୍ତ୍ତୃପକ୍ଷ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ରକ୍ଷଣାବେକ୍ଷଣ ଦିଗରେ ଦୃଷ୍ଟି ଦିଆ ନ ଯିବାରୁ ଉକ୍ତ ବିଶ୍ରାମାଗାର ଜରାଜୀର୍ଣ୍ଣ ହୋଇ ପଡ଼ିଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ବିଶ୍ରାମାଗାରରେ ଲାଗିଥିବା ଚେୟାର ଓ ଷ୍ଟିଲଗୁଡିକ ଭାଙ୍ଗିଯାଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଉକ୍ତ ପ୍ରତୀକ୍ଷାଳୟ ପରିସରରେ ଅଳିଆ ଅବର୍ଜନା ପଡି ରହିବା ସହିତ ଏହା ଏବେ ବୁଲା ଗୋରୁ ଏବଂ ଅନ୍ୟ ଗୃହପାଳିତ ପଶୁଙ୍କର ଆଶ୍ରୟସ୍ଥଳୀ ପାଲଟିଛି। ମୁଖ୍ୟତଃ ଯାତ୍ରୀ ପ୍ରତୀକ୍ଷାଳୟରେ ଯାତ୍ରୀଙ୍କ ବିଭିନ୍ନ ଅଞ୍ଚଳକୁ ଯାତାୟତ କରିବା ନିମନ୍ତେ ବସ୍‌ଗୁଡିକର ରୁଟ ଚାର୍ଟ, ସମୟ ସାରଣୀ ମାନଚିତ୍ରର ସୂଚନା ଫଳକ ସ୍ଥାନିତ କରାଯିବା କଥା। କିନ୍ତୁ ଏହି ଯାତ୍ରୀ ପ୍ରତୀକ୍ଷାଳୟରେ ଏଭଳି କୌଣସି ସୂଚନା ଫଳକ ଲଗା ଯାଇନାହିଁ। ଫଳରେ କେଉଁ ବସ୍ କେଉଁ ସମୟରେ ଏହି ରାସ୍ତା ଦେଇ କେଉଁ ଅଞ୍ଚଳକୁ ଯାତାୟତ କରୁଛି ସେ ସମ୍ପର୍କରେ ଯାତ୍ରୀମାନେ ସୂଚନା ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଂଚଳ ବାସୀ ଏବଂ ଯାତ୍ରୀ ଅଭିଯୋଗ କରିଛନ୍ତି।

0
0
0
s2sdefault