ଭୁବନେଶ୍ୱର, ଫେବୃଆରୀ ୧୩: ରୋଗୀର ଆସନ୍ନ ଅଙ୍ଗଚ୍ଛେଦକୁ ପ୍ରତିହତ କରି ଓଡ଼ିଶାରେ ପ୍ରଥମ ଥର ପାଇଁ ଆଣ୍ଠୁର ନିମ୍ନଭାଗକୁ ଅତ୍ୟାଧୁନିକ ଏଣ୍ଡୋଭାସ୍କୁଲାର ଅ।ଥେରେକ୍ଟୋମି ପଦ୍ଧତିରେ ସଦ୍ୟତମ ଜେଟ୍ସଟ୍ରିମ ଟେକ୍ନୋଲଜି ବ୍ୟବହାର କରି ସୁରକ୍ଷା କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍)ର ଡାକ୍ତର ।
ଏହି ଉଲ୍ଲେଖନୀୟ ପ୍ରକ୍ରିୟାକୁ ସମ୍ମମର ଇନ୍ଟରଭେନ୍ସନାଲ୍ ରେଡିଓଲୋଜିର କନ୍ସଲ୍ଟାଂଟ ଡାକ୍ତର ସମ୍ବିତ କୁମାର ପଟ୍ଟନାୟକ ମିନିମାଲି ଇନ୍ଭେସିଭ୍ ଭାସ୍କୁଲାର କେୟାର ମାଧ୍ୟମରେ ସମ୍ପନ୍ନ କରିଛନ୍ତି ।
ରୋଗୀଙ୍କ ଗୋଡ଼ର ଧମନୀରେ ଜଟିଳ ବ୍ଲକେଜ୍ ସମସ୍ୟା ରହିଥିବା ବେଳେ ଏହା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା। ଏହା ଭବିଷ୍ୟତରେ ଚିକିତ୍ସା ସମ୍ଭବ ନଥିବା ଅଲ୍ସର ଓ ଗାଙ୍ଗ୍ରିନ୍ ଭଳି ସମସ୍ୟା ଉପୁଜାଇଥ।ନ୍ତ। ଏବଂ ଗୋଡ଼ କାଟିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି ।
ଏହି ଚିକିତ୍ସା ସମ୍ବନ୍ଧରେ ସୂଚନା ଦେଇ ଡାକ୍ତର ପଟ୍ଟନାୟକ କହିଛନ୍ତି ଯେ ଏଭଳି ଜଟିଳ ସମସ୍ୟା ଥିବା ରୋଗୀମାନଙ୍କର ଚିକିତ୍ସା ନେଇ ଖୁବ୍ କମ୍ ସୁଯୋଗ ରହିଥାଏ । ବିଶେଷ କରି ଆଣ୍ଠୁର ନିମ୍ନ ପାଶ୍ୱର୍ରେ ଛୋଟ ଛୋଟ ଧମନୀରେ ଯେତେବେଳେ ବ୍ଲକେଜ ସୃଷ୍ଟି ହୁଏ ତାହା ରୋଗୀକୁ ଆହୁରି ଅସୁସ୍ଥ କରିଦେଇଥାଏ । ତେବେ ବର୍ତମାନ ଅତ୍ୟାଧୁନିକ ଆଥେରେକ୍ଟୋମି ଟେକ୍ନୋଲଜି ଦ୍ୱାରା ଅସ୍ତ୍ରୋପଚାର ନ କରି ପ୍ଲାକ୍ ଏବଂ କ୍ଲଟ୍ଗୁଡ଼ିକୁ ବାହାର କରାଯାଇପାରୁଛି ଏବଂ ଏହା ଦ୍ବାରା ଅଂଗଚ୍ଛେଦର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆ ଯାଇ ପାରୁଛି ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି ।
ଏହି ମିନିମାଲି ଇନ୍ଭେସିଭ ପ୍ରକ୍ରିୟା ଦ୍ୱାରା ଯନ୍ତ୍ରଣା କମିବା ସହ ହସ୍ପିଟାଲର ରହଣୀ ସମୟ ମଧ୍ୟ କମି ପାରୁଛି । ରୋଗୀଟି ଶୀଘ୍ର ସୁସ୍ଥ ହେବା ସହ ଗୋଡ଼ଟିକୁ ମଧ୍ୟ କଟା ହେବାରୁ ରକ୍ଷା କରାଯାଇପାରୁଛି ବୋଲି ସେ କହିଥିଲେ ।
ଏହି ଅତ୍ୟାଧୁନିକ ଚିକିତ୍ସା ଦ୍ୱାରା ସମ୍ମମ ଓଡ଼ିଶାରେ ରୋଗୀମାନଙ୍କ ମଧ୍ୟରେ ନୂତନ ଆଶାର କିରଣ ସୃଷ୍ଟି କରିଛି ବୋଲି ହସ୍ପିଟାଲ୍ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ସୂଚନା ଦେଇଛନ୍ତି ।
୫୭୫ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାର ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ବେଳେ ଇନ୍ଟରଭେନ୍ସନାଲ ଆଣ୍ଡ ରେଡିଓଲୋଜି ଏବଂ ଅତ୍ୟାଧୁନିକ ଭାସ୍କୁଲାର ସେବା ଯୋଗାଇ ଏକ ଉତ୍କର୍ଷ କେନ୍ଦ୍ର ଭାବେ ନିଜକୁ ପ୍ରତିପାଦିତ କରିବାରେ ଲାଗିଛି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏବଂ ସମ୍ ଅଲ୍ଟିମେଟ ମେଡିକେୟାରର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ ସମାଜରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ସମମର ଲକ୍ଷ୍ୟ । ଏହି ସଫଳ ଅସ୍ତ୍ରୋପଚାର ଆମର ଲକ୍ଷ୍ୟକୁ ପ୍ରତିପାଦିତ କରୁଛି ବୋଲି ସେ କହିଛନ୍ତି ।
ଏହି ପରିପ୍ରେକ୍ଷୀରେ ସମ୍ମମ୍ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି ଯେ ଏହି ସଫଳତା ହସପିଟାଲକୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଆଉ ଏକ ମାଇଲ ଖୁଂଟ ଭାବେ ଉଭା ହେବାକୁ ସାହାଯ୍ୟ କରିଛି ।








