ହେଡଲାଇନସ୍:

"ଆକାଂକ୍ଷା" ତରଫରୁ ବିଷୁବ ମିଳନ- ୨୦୨୬ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ " ଆକାଂକ୍ଷା" ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷୀଣୀ ସମାଜ ସଭାଗୃହରେ ବିଷୁବ ମିଳନ ୨୦୨୬ ମହା ଆଡମ୍ବର ସହ ପାଳିତ ହୋଇଯାଇଛି। ଆକାଂକ୍ଷା ମହିଳା ସଙ୍ଗଠନ ର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ଉତ୍କଳ ହିତୈଷୀଣୀ ସମାଜ ର ସଭାପତି ଶ୍ରୀ ଭରତ ଭୁଷଣ ମହାନ୍ତି ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟାପିକା ଡଃ ଚାରୁ ପ୍ରଭା ନାୟକ , ସମ୍ମାନିତ ଅତିଥି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କୁମୁଦିନୀ ଭୁକ୍ତା ଯୋଗଦେଇ ବିଷୁବ ମିଳନ ସଂପର୍କ ରେ ବିଷଦ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜୋଳିତ କରାଯିବା ପରେ ସୁଶ୍ରୀ ସ୍ନେହା ବେହେରା ଅତିଥି ମାନଙ୍କୁ ମଞ୍ଚାସୀନ ହେବା ପାଇଁ ସ୍ବାଗତ ଜଣାଇଥିବା ବେଳେ, ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଶ୍ରୀ ଦୁର୍ଗା ପ୍ରସାଦ ସାହୁ। ସୁଶ୍ରୀ ମନୀଷା ପାତ୍ର ଅତିଥି ପରିଚୟ ଏବଂ ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକ ସ୍ବାଗତ ଭାଷଣ ପରିବେଷଣ କରିଥିଲେ। ଏହି ଅବସରରେ ଅବସର ପ୍ରାପ୍ତ ଭାରତୀୟ ସେନା ବାହିନୀର କର୍ମଚାରୀ ଶ୍ରୀ ମନୋଜ କୁମାର ଦାଶ ଙ୍କୁ ଆକାଂକ୍ଷା ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶ୍ୱେତା ପଟ୍ଟନାୟକ ମାନପତ୍ର ପାଠ କରିଥିଲେ। ସୁଶ୍ରୀ ମନୀଷା ପାତ୍ର ଓଡ଼ିଶା ଲେଖିକା ସାହିତ୍ୟ ସଂସଦ ପକ୍ଷରୁ ସମ୍ମାନୀତ ହୋଇଥିବାରୁ ସମ୍ବର୍ଦ୍ଧନା କରାଯାଇଥିଲା । ଆକାଂକ୍ଷା ମହିଳା ସଙ୍ଗଠନ ର ଉପଦେଷ୍ଟା ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ ଓ ଶ୍ରୀମତୀ ମିନା କୁମାରୀ ଟହଲ ଙ୍କୁ ଡ଼ଃ ଆୱାର୍ଡ଼ ମିଳିଥିବାରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ଦ୍ଵୀତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁଶ୍ରୀ ଜ୍ୟୋର୍ତିମୟୀ ପଣ୍ଡା ସଙ୍ଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ସରୀତା ପାଣିଗ୍ରାହୀ , ପ୍ରେମାଞ୍ଜଳି ପଣ୍ଡା , ବବିତା ପୁରୋହିତ ପରିଚାଳନା କରିଥିଲେ। କବିତା ପାଠୋତ୍ସବ କାର୍ଯ୍ୟକ୍ରମ ରେ ଡଃ ସ୍ୱର୍ଣ୍ଣପ୍ରଭା ପାଠୀ , ଡଃ ମିନା କୁମାରୀ ଟହଲ କବିତା ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ୫୦ ଜଣରୁ ଉର୍ଦ୍ଧ୍ୱ କବି ସ୍ଵରଚିତ କବିତା ପାଠ କରିଥିଲେ। ଏହି ଅବସରରେ ପଣା ଓ ପାରମ୍ପରିକ ପିଠା ପରିବେଷଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ମୁରଲୀଧର ପରିଛା , ନଳିନୀ ଦଳପତି , ଦେବି ପ୍ରସାଦ ପଟ୍ଟନାୟକ , ସନ୍ତୋଷ ମହାନ୍ତି , ଶରତ ସାହୁ , ତ୍ରିପତି ପଣ୍ଡା , ବିଷ୍ଣୁ ପଣ୍ଡା ସଂପୂର୍ଣ୍ଣ ସହଯୋଗ କରିଥିଲେ। ସର୍ବ ଶେଷରେ ଶିବ କଲ୍ୟାଣୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault