ହେଡଲାଇନସ୍:

ବଡପଦା ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ: ନୂଆଗଡ ବ୍ଲକର ୩୬ଗୋଟି ପଞ୍ଚାୟତରେ  ଦ୍ୱିତୀୟ ପର୍ଯ୍ୟାୟରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ମିଶନ ଶକ୍ତି ମାନଙ୍କୁ ୧୫ ହଜାର ଟଙ୍କା, ଅଙ୍ଗନଵାଡି କର୍ମୀ ମାନଙ୍କୁ  ଯେତେ ନୁଆଗ୍ରୁପ କରିବେ  ପ୍ରତି ଗ୍ରୁପ ପାଇଁ ୫୦୦ ଟଙ୍କା ଓ ଅଙ୍ଗନଵାଡି ସହଯୋଗୀ ମାନଙ୍କ ପାଇଁ ୨୦୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ତତ୍‍ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ସ୍ୱାଗତ ପତ୍ର ଓ ମିଶନ ଶକ୍ତି ଗୋଷ୍ଠୀ ମାନଙ୍କ ନିମନ୍ତେ ପ୍ରତି ବ୍ଲକରେ ଗୋଟିଏ କରି ଆଲୋଚନା ଗ୍ରୃହ ସକାଶେ ୨୫ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ଏହି ଅବସରରେ ମିଶନ ଶକ୍ତିର ଡି.ପି.ସି ରଶ୍ମିରଞ୍ଜନଙ୍କ ଦ୍ୱାରା ସ୍ୱାଗତ ଭାଷଣ ଦେବା ସହିତ ଏହି ଯୋଜନାରେ ସାମାଜିକ ଓ ଆର୍ଥିକ ଉନ୍ନତି ହେବା ପାଇଁ ଚିନ୍ତା କରାଯାଇଥିବା ପ୍ରକାଶ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଡପଦା ସରପଞ୍ଚ ସୁରେଶ ରଇତ, ସମିତି ସଭ୍ୟ ପ୍ରେମା ମାଝି, ବିଇଓ ପିଉସ ପଟ୍ଟନାୟକ, ନାଏବ ସରପଞ୍ଚ, ସିଡିପିଓ ନୁଆଗଡ ଡଃ ନନ୍ଦ କୁମାର ଦାସ ଖଜୁରୀପଦା ଚକ୍ଷୁ ବିଶେଷଜ୍ଞଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସଣ୍ଢର୍କ ଅଧିକାରୀ ରବିଚନ୍ଦ୍ର ନାୟକ ଉପସ୍ଥିତ ଥିଲେ । ପ୍ରତିପରିବାରକୁ ୯ ଵାଟର ଚାରିଗୋଟି ଏଲଇଡି ବଲ୍‍ବ, ଦୃଷ୍ଟିହୀନ ମାନଙ୍କୁ ବିନା ପଇସାରେ ଚଷମା, ୧୪ଜଣ ବୃଦ୍ଧାମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା,  ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପିଠାର ପ୍ରଦର୍ଶନ କରାଯାଇଥିବା ବେଳେ ସାଂସ୍କୃତିକ ଦଳ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।

0
0
0
s2sdefault