ହେଡଲାଇନସ୍:

ସଦର ବ୍ଲକ ଅନ୍ତର୍ଗତ ବରଗାଁ ଫେଲ ମାରିଛି ବସୁଧା ଯୋଜନା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଁରେ ପାଣି ଟାଙ୍କି ବସିଛି, ଟ୍ୟାପ ଲାଗିଛି, ହେଲେ ଲୋକଙ୍କୁ ମିଳୁନି ବିଶୁଦ୍ଧ ପାଣି


ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ୍‌ ଅନ୍ତର୍ଗତ କଲମ ଗ୍ରାମପଞ୍ଚାୟତ ଅଧୀନ ବରଗାଁ ଗ୍ରାମରେ କାମରେ ଆସୁନି ବସୁଧା ଯୋଜନା। ବୋରୱେଲ ଖୋଳା ହୋଇ ୩ ବର୍ଷ ପରେ ବି ଓଭରହେଡ଼ ପାଣିଟାଙ୍କି ନିର୍ମାଣ ହୋଇକି ଅକାମି ହୋଇ ପଡି ରହିଛି। ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରତ୍ୟେକ ଗ୍ରାମରେ ସବୁ ଲୋକଙ୍କ ପାଖରେ ବିଶୁଦ୍ଧ ଜଳ ପହଞ୍ଚାଇବା ପାଇଁ ବସୁଧା ଯୋଜନାରେ ପାଣି ଯୋଗାଇ ଦେଉଛନ୍ତି। ପରିତାପର ବିଷୟ ବୋରୱେଲ ଖୋଳା ହୋଇ ଦୀର୍ଘ ଦୁଇ ବର୍ଷ ବିତିଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଓଭର୍‌ହେଡ ଟାଙ୍କିର ନିର୍ମାଣ ହୋଇସାରିଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରୁନି। ସେମିତି ଅକାମି ହୋଇ ପଡ଼ିରହିଛି ଓଭରହେଡ୍‌ ଟାଙ୍କି ନା ଘରକୁ ଘର ସଂଯୋଗ ହାଇପାରିଛି ପାଇପ୍‌। କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ୍‌ ଅନ୍ତର୍ଗତ କଲମ ଗ୍ରାମପଞ୍ଚାୟତ ଅଧୀନ ବରଗାଁ ଗ୍ରାମବାସୀ ଏଭଳି ଅଭିଯୋଗ କରିଛନ୍ତି। ଗାଁରେ ୨୫୦ ରୁ ଊର୍ଦ୍ଧ୍ୱ ପରିବାର ରହୁଥିବାବେଳେ ଜନସଂଖ୍ୟା ୫୦୦ ରୁ ଊର୍ଦ୍ଧ୍ୱ। ଗାଁରେ ନଳକୂପ ରହିଥିଲେ ମଧ୍ୟ ପାଣିରେ ଫ୍ଲୋରାଇଡ ଯୁକ୍ତ ଥିବାରୁ ପାଣି ପିଇବା ପାଇଁ ଉପଯୋଗୀ ନୁହେଁ ବୋଲି ଗ୍ରାମବାସୀ କହିଛନ୍ତି। ନଳକୂପର ଫ୍ଲୋରାଇଡ ଯୁକ୍ତ ପାଣି ପିଇବା ଫଳରେ କୀଡୀନି ରୋଗରେ ଗ୍ରାମବାସୀ ଆକ୍ରାନ୍ତ। ଏହି ମାରାତ୍ମକ ରୋଗ ଯୋଗୁଁ ଗାଁର ପାଖାପାଖି ୫୦ ଜଣ ମୃତ୍ୟୁ ବରଣ କରିସାରିଲେଣି। ଅକାଳ ମୃତ୍ୟୁ ହେବା ଫଳରେ ଅନେକ ସଧବା ନିଜର ସ୍ୱାମୀଙ୍କୁ ହରାଇ ବିଧବା ଜୀବନ କାଳାତିପାତ କରୁଛନ୍ତି। ଏଭଳି ପରିସ୍ଥିତିରେ ପାଣି ଟିକିଏ ପାଇବାକୁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ୨ କିଲୋମିଟର ପାଖାପାଖି ଶଗଡା ନଦୀ ପ୍ରଭାହିତ ହୋଇଥାଏ। ବର୍ଷ ତମାମ ଶଗଡା ନଦୀରେ ବାଲି ଛୁଆଁ କରି ପାଣି ଆଣିଥାନ୍ତି ଗ୍ରାମବାସୀ। ବରଗାଁ ଠାରୁ ଶଗଡା ପର୍ଯ୍ୟନ୍ତ ରାସ୍ତା କଥା ନ କହିବା ଭଲ। ନା ମୁରୁମ ଠିକ ଭାବରେ ପଡିଛି ନା ମେଟାଲ। ମେଟାଲ ପୁଣି ନିମ୍ନ ମାନର। ମା ଭଉଣୀ, ନିଜର ଅନିଚ୍ଛାସତ୍ୱେ ୨ କିଲୋମିଟର ପାଦରେ ଚାଲି ଶଗଡା ନଦୀର ପାଣି ଆଣି ବ୍ୟବହାର ପାଇଁ ବାଧ୍ୟ ବାଧକତା। ଏ ନେଇ ଜଳଯୋଗୋଣ ବିଭାଗ ବ୍ଲକ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଶୁଣୁ ନ ଥିବା ଗାଁ ଲୋକେ କହୁଛନ୍ତି। ଯଥାସମ୍ଭବ ଓଭରହେଡ୍‌ ଟାଙ୍କି ନିର୍ମାଣ କରି ଜଳ ଯୋଗାଇ ଦେବାକୁ କଲମ ପଞ୍ଚାୟତ ଅଧିନସ୍ଥ ବରଗାଁ ଗ୍ରାମବାସୀ ଦାବି କରିଛନ୍ତି। ଏଭଳି ଅବହେଳାଙ୍କୁ ନେଇ ଜନପ୍ରତିନିଧିଙ୍କ ଉପରେ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ସମାଧାନ କରାନ ଯାଏ ତାହାହେଲେ ଜିଲାପାଳଙ୍କ ଦ୍ୱାରସ୍ଥ ହେବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ବ୍ଲକ ଜଳଯୋଗାଣ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ବନ୍ଦ ଥିବା ହେତୁ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ।

0
0
0
s2sdefault