ହେଡଲାଇନସ୍:

ଜୁନିୟର ରେଡକ୍ରସ ଦ୍ୱାରା ସଫେଇ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ- ୨/୨/୨୬: ମାଲକାନଗିରି ଜିଲ୍ଲାରେ ଆୟୋଜିତ ହେଉଥିବା ମାଲ୍ୟବନ୍ତ ମହୋତ୍ସବ ସ୍ୱଚ୍ଚତା କୁ ଆଖି ଆଗରେ ରଖି ଜାତୀୟ ରେଡକ୍ରସ ର ମାଲକାନଗିରି ଜିଲ୍ଲା ଶାଖା ଜୁନିୟର ରେଡ଼କ୍ରସ ତରଫରୁ ମାଲ୍ୟବନ୍ତ ମହୋତ୍ସବ ପଡ଼ିଆ ରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି I ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଚିତ୍ତରଂଜନ ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇ ଯାଇଛି, ଏଥିରେ ଡିପିଇଓ କାର୍ତ୍ତିକ ବେହେରା, ପି ଭାନୁ ପ୍ରକାଶ ରାଓ, ରେଡ଼କ୍ରସ ଅଫିସର ନିରଞ୍ଜନ ମହାରଣା, ସନାତନ ଦାସ, ବାସୁଦେବ ପଣ୍ଡା, ଚତୁର୍ଭୁଜ ଦାଶ, ରଂଜନ ବେହେରା, ରତନ ଆଚାର୍ଯ୍ୟ, ନିହାର ରଂଜନ ଚୌଧୁରୀ, ରଂଜିତ ପରିଜା, ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ଜିତୁ ରଂଜନ ସ୍ୱାଇଁ, ଗୋବିନ୍ଦ ମହନ୍ତ, ଦୀନବଂଧୁ ବେଜ, ରାଜକିଶୋର ବେହେରା, ପ୍ରିୟମ୍ବଦା ସାମଲ, ଗଙ୍ଗାଧର ବାରିକ ଓ ପିମ. ଶ୍ରୀ. ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ମାଲକାନଗିରି,ସରକାରୀ ଉଚ୍ଚ ବିଦ୍ୟାଳୟ ମାଲକାନଗିରି, ସରସ୍ବତୀ ଶିଶୁମନ୍ଦିର ମାଲକାନଗିରି ର ରେଡ କ୍ରସ ଜୁନିୟର ପ୍ରମୁଖ ଉପସ୍ଥିତ ରହିବା ସହିତ ତିରିଶି ଜଣ ସ୍ଵେଚ୍ଛାସେବୀ / ଭୋଲେଣ୍ଟିୟର ଉପସ୍ଥିତ ରହିଥିଲେ, ଏହି ସଫେଇ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ସହଯୋଗ କରିଥିବା ସମସ୍ତ ବରିଷ୍ଠ କାଉନସିଲର ଓ ସ୍ବେଚ୍ଛାସେବୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଧନ୍ୟବାଦ ଜଣାଇ ଥିଲେ ।

0
0
0
s2sdefault