ହେଡଲାଇନସ୍:

ପ୍ରଶାସନିକ ସ୍ତରରେ ଲୋକଙ୍କ ସମସ୍ୟାର ସମାଧାନ: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୨/୨- କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ ଠାରେ ଆଜି ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ। ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ରଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି।​ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗାଁରୁ ଆସିଥିବା ଲୋକମାନେ ରାଜସ୍ୱ, ଆବାସ, ପାନୀୟ ଜଳ, ରାସ୍ତା, ବୃଦ୍ଧାଭତ୍ତା, ସ୍ୱାସ୍ଥ୍ୟ, ବିଦ୍ୟୁତ ଓ ଶିକ୍ଷା ସମ୍ପର୍କିତ ସମସ୍ୟା ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ସମସ୍ତ ଅଭିଯୋଗ ଶୁଣିବା ପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜିର ଏହି ଶିବିରରେ ମୋଟ ୧୭୬ ଟି ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଛି।ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ୧୪୯ ଟି, ସାମୁହିକ ଅଭିଯୋଗ ୨୭ଟି​, ରେଡକ୍ରସ ସହାୟତା ପାଇଁ ୧୪ଟି ଆବେଦନ ଗ୍ରହଣ କରାଯାଇଛି।, ୩୮ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର,ବନଖଣ୍ଡ ଅଧିକାରୀ ଧନରାଜ ଏଚ. ଡି,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ରବିନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ଓ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ବୁଝିଥିଲେ। ସୂଚନାଯୋଗ୍ୟ ଯେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ଫେବୃଆରୀ ମାସର ପରବର୍ତ୍ତୀ ଶୁଣାଣିଗୁଡ଼ିକ ବିଭିନ୍ନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ନିମ୍ନମତେ ଅନୁଷ୍ଠିତ ହେବ:୦୯।୦୨।୨୦୨୬ (ସୋମବାର) ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଘଷିପୁରା​ ୧୬।୦୨।୨୦୨୬ (ସୋମବାର) ପଞ୍ଚାୟତ ସମିତି କାର୍ଯ୍ୟାଳୟ ଚମ୍ପୁଆ​ ୨୩।୦୨।୨୦୨୬ (ସୋମବାର) ପଞ୍ଚାୟତ ସମିତି କାର୍ଯ୍ୟାଳୟ, ହରିଚନ୍ଦନପୁର । ଅଞ୍ଚଳବାସୀ ଏହି ସୁଯୋଗର ସଦୁପଯୋଗ କରି ନିଜ ନିଜର ସମସ୍ୟା ପ୍ରଶାସନ ନିକଟରେ ଉପସ୍ଥାପନ କରିବାକୁ ଅନୁରୋଧ କରାଯାଇଛି।

0
0
0
s2sdefault