ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)। ଗ୍ରାମାଞ୍ଚଳର ଲୋକଙ୍କୁ ଘର ନିକଟରେ କାମ ଯୋଗାଇବା ସହ ଗାଁର ବିକାଶ ପାଇଁ ୟୁପିଏ ସରକାର ଅମଳରେ ଏହି ଯୋଜନା ଆରମ୍ଭ ହୋଇଥିଲା। ଦାଦନ ଶ୍ରମିକ ହୋଇ ବାହାରକୁ ଯିବା ବଦଳରେ ଲୋକେ ନିଜ ଘର ପାଖରେ କାମ ପାଇବେ ବୋଲି ଲକ୍ଷ୍ୟ ରଖାଯାଇଥିଲା। କରୋନା ସମୟରେ ପ୍ରବାସୀ ଶ୍ରମିକ ଗାଁ ମୁହାଁ ହେବା ସମୟରେ ସେମାନଙ୍କ ହାତକୁ କାମ ଯୋଗାଇବାରେ ଏହି ଯୋଜନା ବେଶ୍ ସହାୟକ ହୋଇଥିଲା। ସତ୍ୟ ଏବଂ ଅହିଂସାର ପ୍ରତୀକ ମହତ୍ମା ଗାନ୍ଧୀଙ୍କ ନାମରେ ନାମିତ ଏହି ଯୋଜନା ଉପରେ ଏବେ ମୁଦ୍ରା ରାକ୍ଷାସଙ୍କ ନଜର ପଡ଼ିଛି। ଯୋଜନା ଯେତେ ଭଲ ହେଲେ ମଧ୍ୟ କାର୍ଯ୍ୟକାରିତାରେ ତଦାରଖ ଅଭାବ ହେଉ କିମ୍ବା ସରକାରୀ ବାବୁ ଏବଂ ଠିକାଦାରଙ୍କ ଲାଭଖୋର ମନୋଭାବ ଏହି ଯୋଜନାକୁ ଲାଇନ୍ଚ୍ୟୁତ କରି ଦେଇଛି।
ମନରେଗାକୁ ନେଇ ଅଧିକାଂଶ ପଞ୍ଚାୟତରେ ଏବେ ପୁଳାପୁଳା ଅଭିଯୋଗ। ମଣିଷ ବଦଳରେ ମେସିନ୍ କାମ କରିବା ଭଳି ଅଭିଯୋଗ ସତେ ଯେମିତି ସାଧାରଣ ପ୍ରସଙ୍ଗ ହୋଇଯାଇଛି। ଅନେକ ସ୍ଥାନରେ ଜିଆର୍ଏସ୍, ପିଇଓଙ୍କ ପାଖରେ ବନ୍ଧା ପଡ଼ିଛି ଜବ୍କାର୍ଡ। ଶ୍ରମିକ ତାଲିକାରେ ନାମ ଚଢ଼ାଇ ଦେଲେ କଥା ସରିଲା। ମନରେଗା କାମ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଉଥିବାରୁ ଠିକଣା ସମୟରେ କାମ ଶେଷ କରିବା ଚାପରେ ଉପରିସ୍ଥ ଅଧିକାରୀମାନେ ମଧ୍ୟ ଅଭିଯୋଗକୁ ଅଣଦେଖା କରନ୍ତି। ଶ୍ରମିକଙ୍କୁ କାମଦେବା ଏବଂ ଗାଁର ବିକାଶ ପାଇଁ ହୋଇଥିବା ଯୋଜନା ଅଧିକାଂଶ କ୍ଷେତ୍ରରେ ଦିଗହରା ହୋଇପଡିଛି। ଦୀପତଳ ଅନ୍ଧାର ଭଳି, ଏହି ଯୋଜନାରେ ହେଉଥିବା ଅନିୟମିତତା ସଂପର୍କରେ ସହଜରେ ବୁଝିହେବ।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍ର କଲମ ପଞ୍ଚାୟତରେ ମନରେଗାରେ ହୋଇଥିବା ଏକ ରାସ୍ତାକାମକୁ ଦେଖିଲେ ଆଖି ଟେରା ହୋଇଯିବ। କଲମ ପଞ୍ଚାୟତର ଚାନ୍ଦୋପଳା ଆରଡି ରୋଡ଼
ଠାରୁ ନଦୀଟତ ପର୍ଯ୍ୟନ୍ତ ରାସ୍ତା ପାଇଁ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଏଠାରେ ରାସ୍ତା ନିର୍ମାଣର ଚିହ୍ନବର୍ଣ୍ଣ ନାହିଁକହିଲେ ଅତ୍ୟୁକ୍ତି ହେବ ନାହିଁ। ବିଲ ମଝିରେ ଏକ ସୂଚନା ଫଳକ ପୋତି ଦେଇ ମନରେଗା କାମ ବୋଲି ଦର୍ଶାଯାଇଛି। ଲୋକଙ୍କ ପାଦଚଲା ରାସ୍ତା ହୋଇଥିବାରୁ କିଛିଟା ସମତୁଲ ହୋଇଯାଇଛି। ଏଠାରେ ନିମ୍ନ ମାନର ମୁରୁମ ମାଟି ଓ ଜଙ୍ଗଲିଆ ମେଟାଲ କିଛି ମାତ୍ରାରେ ପକାଇ ମହାତ୍ମା ଗାନ୍ଧୀଙ୍କ ନାମରେ ହୋଇଥିବା ଯୋଜନାରୁ ୧୦ଲକ୍ଷ ଟଙ୍କା ସିଧାସଳଖ ହଡ଼ପ ହୋଇଛି। ଗାଁ ଲୋକ ବି ସମାନ ପ୍ରକାର ଅଭିଯୋଗ କରୁଛନ୍ତି। ହେଲେ ଏହା ଉଚ୍ଚ ଅଧିକାରୀଙ୍କ ତଦନ୍ତ ପରିସରକୁ ଆସିନି।
ଏଭଳି ପରିସ୍ଥିତି ରେ କାମ ପାଉନଥିବା ଶ୍ରମିକ ଅସନ୍ତୋଷ ପ୍ରକାଶ କରୁଛନ୍ତ। ଏ ସଂପର୍କରେ ଗଣମାଧ୍ୟମ ଖୋଳତାଡ଼ ଚଳାଇବାରୁ କଳାହାଣ୍ଡି ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଏହାର ତଦନ୍ତ ନିର୍ଦ୍ଦେଶ ଦେବାପାଇଁ ସର୍ବସାଧାରଣରେ ଦାବୀ ହେଉଛି।
ରାଜ୍ୟ
ମନରେଗା କହୁଛି ମନର କଥା
- Hits: 5








