ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା } ଶାସକ ପ୍ରଶାସକ : ଭଞ୍ଜନଗର ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଏକ ଜୁପିଟର ସ୍କୁଟି (OD 12 G 2886) ଯୋଗେ କନ୍ଧମାଳରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ନନ୍ଦିନୀପଲ୍ଲୀ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଖବର ପାଇ ଏସ୍.ଆଇ ଜେ. ସାହୁ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ ।
ଜବତ ସାମଗ୍ରୀ:
* ଗଞ୍ଜେଇ: ୨୬ କିଲୋ ୨୮୦ ଗ୍ରାମ
* ନଗଦ ଟଙ୍କା: ୧୮୨୦ ଟଙ୍କା
* ଗାଡ଼ି: ଜୁପିଟର ସ୍କୁଟି (ଓଡି ୧୨ ଜି ୨୮୮୬)
ଏହି ମାମଲାରେ ସିର୍ତିଗୁଡ଼ା ଅଞ୍ଚଳର ମହିଳା ଅଭିଯୁକ୍ତ ନର୍ମଦା ବେହେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ, ଘଟଣାସ୍ଥଳରୁ ଫେରାର ଥିବା ଚାଳକଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି ।
ନିଶା କାରବାର ବିରୋଧରେ ଭଞ୍ଜନଗର ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ!
ସ୍କୁଟିରେ ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ ମହିଳା ମାଫିଆ । ଭଞ୍ଜନଗର ପୋଲିସ ଦ୍ୱାରା ପ୍ରାୟ ୨୬ କିଲୋ ୨୮୦ ଗ୍ରାମ ଗଞ୍ଜେଇ ସହ ଜୁପିଟର ସ୍କୁଟି ଓ ନଗଦ ଟଙ୍କା ଜବତ । ଅଭିଯୁକ୍ତ ନର୍ମଦା ବେହେରା ଗିରଫ ।








