ହେଡଲାଇନସ୍:

ହକି ଖେଳରେ ପାଣି ପିଇଲେ, ହେଲେ ଏଯାଏ ପାଉଣା ଦିଆ ଯାଇନି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବୋତଲ ପାଣି ଯୋଗାଣକାରୀ ଟଙ୍କା ଲାଗି ଦୌଡ଼ି ଦୌଡ଼ି ନୟାନ୍ତ।                 

କେନ୍ଦୁଝର,ତା୨/୧- ୨୦୨୩ରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ଖେଳ ହୋଇଥିଲା। ଏହାକୁ ଆୟୋଜନ କରି ଓଡ଼ିଶା ସରକାର ସାବାସି ସାଉଁଟି ଥିଲା। ଏଥିଲାଗି ବ୍ୟାପକ ପ୍ରଚାର ପ୍ରସାର ହୋଇଥିଲା ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଏଲଇଡ଼ି ସ୍କ୍ରିନ ଲାଗିଥିଲା ଲୋକେ ଚେୟାରରେ ବସି ଖେଳର ଆନନ୍ଦ ନେଇଥିଲେ ଖାଇବା ବ୍ୟବସ୍ଥା ମଧ୍ୟ ହୋଇଥିଲା। ପ୍ରଚାର ବେଳେ ରାଲି ଆୟୋଜନ ହୋଇଥିବା ଦେଖାଯାଇଥିଲା। ତେବେ କେନ୍ଦୁଝର ମୁଖ୍ୟାଳୟରେ ଏହି ହକି ଖେଳ ଅବସରରେ ଜଣେ ବ୍ୟକ୍ତି ପ୍ରଶାସନର ନିର୍ଦ୍ଦେଶରେ ପାଣି ବୋତଲ ଯୋଗାଇ ଦେଇଥିଲେ ଯେ ଏଯାଏ ବକେୟା ପାଉଣା ପାଇନାହାନ୍ତି। ସୂଚନା ମିଳିଛି କି ସ୍ଥାନୀୟ ମାଧପୁର ଅଂଚଳର ଶତ୍ରୁଘ୍ନ ବାରିକଙ୍କ ପୁଅ ଜିତେନ୍ଦ୍ର ବାରିକ ଯେ ମା' କାଳୀ ଏଜେନ୍ସି କରି ପାଣି ବୋତଲ ବିକ୍ରୀ କରନ୍ତି ସେ କେନ୍ଦୁଝରଗଡ଼ ନଗରପାଳିକା କର୍ମଚାରୀ ଦୀପକ ବେହେରାଙ୍କ ଅନୁରୋଧ କ୍ରମେ ତିନି ଶହ ପେଟି ପାଣି ବୋତଲ ଯୋଗାଇ ଦେଇଥିଲେ ଯାହାର ମୂଲ୍ୟ ୬୪ହଜାର ଟଙ୍କା ହେବ, ଏକଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ମଧ୍ୟ ଜାଣନ୍ତି। କିନ୍ତୁ ଖେଳ ସରିବା ପରେ ଜିତେନ୍ଦ୍ରଙ୍କୁ ପାଣି ବୋତଲ ଟଙ୍କା କେହି ଦେଉନାହାନ୍ତି ସେ ଏବାବଦରେ ବିଲ ଧରି ୨୦/୨୫ଥର କେନ୍ଦୁଝରଗଡ଼ ନଗରପାଳିକା ଅଫିସ ଗଲେଣି ହେଲେ ଦେବେ ଦେବେ କହି କେହି ଦେଉନାହାନ୍ତି ବୋଲି ଆଜି କ୍ଷୋଭର ସହ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଛନ୍ତି। ଏହା ଭିତରେ ଦୀପକ ବେହେରା ଯୋଡା ମୁନସିପାଲିଟି ବଦଳି ହୋଇଗଲେଣି ତେଣୁ କିଏ ଟଙ୍କା ଦେବ ବୋଲି ସେ ତିନି ଥର ଜିଲ୍ଲାପାଳଙ୍କ ଗ୍ରୀଭାନ୍ସକୁ ଆସି ଦରଖାସ୍ତ ଦେବା ପରେ ମଧ୍ୟ ଟଙ୍କା ନପାଇ ମାନସିକ ଚାପରେ ଥିବା ଜିତେନ୍ଦ୍ର କହିଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ଦୀପକ ବେହେରାଙ୍କ ଠାରୁ ଲେଖେଇ ଆଣ କହିବା ବେଳେ ସେ ଫୋନ ଧରୁ ନଥିବା ଅଭିଯୋଗ ହେଉଛି। ଜଣେ ଲୋକ ପାଣି ଦେଇ ପୁଣ୍ୟ କଲା ବେଳେ ପ୍ରାପ୍ୟ ପାଉନି ବରଂ ସେଥିରୁ କିଛି ଉତ୍କୋଚ ମୁନସିପାଲଟି କର୍ମଚାରୀ ଚାହୁଁ ଥିବା ସେ ଅଭଯୋଗ କରିଛନ୍ତି। ଏକଥା ଜାଣି ନିରୀହ ଲୋକର ବକେୟା ଟଙ୍କା କେନ୍ଦୁଝର ପ୍ରଶାସନ ଦେଉବୋଲି ସାଧାରଣରେ ଦାବି ହୋଇଛି।

0
0
0
s2sdefault