ନିତ୍ୟାନନ୍ଦ ପୁର: ସାଧାରଣ ତନ୍ତ୍ର ଦିବସ ଅବସରରେ, ନିତ୍ୟାନନ୍ଦ ପୁର ଗାଁ ସ୍ଥିତ ଶାସ୍ତ୍ରୀ ସ୍ମୃତି ପାଠାଗାର ଦ୍ଵାରା ଆଞ୍ଚଳିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଓ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଛି।
ପୂର୍ବ ବର୍ଷ ପରି ଏଥର ମଧ୍ୟ ଆଠ -ନଅ ବିଦ୍ୟାଳୟର ପାଖାପାଖି ଏକ ଶହ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ବକ୍ତୃତା ପ୍ରତିଯୋଗିତା ରେ ଛଅ ଜଣଙ୍କୁ ଏବଂ କୁଇଜ୍ ପ୍ରତିଯୋଗିତାରେ ସତ ତିରିଶ ଜଣଙ୍କୁ ପୁରସ୍କାର ଦିଆଗଲା। ପୁରସ୍କାର ଆକାରରେ ପିଲାମାନଙ୍କୁ ବିଭିନ୍ନ ପ୍ରକାରର ଅଭିଧାନ, ସାଧାରଣ ଜ୍ଞାନ ପୁସ୍ତକ, ବ୍ୟାକରଣ ପୁସ୍ତକ, ରଚନା ଓ ପତ୍ର ଲିଖନ ପୁସ୍ତକ, ଓ୍ଵାର୍ଡ ବୁକ୍, ଆଟଲାସ୍ ଇତ୍ୟାଦି ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଭାଗନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହାପୁରୁଷଙ୍କ ଜୀବନି, ଖାତା, କଲମ, ହନୁମାନ ଚାଳିଶା, ଶ୍ରୀମଦ୍ ଭାଗବତ ଗୀତା ଇତ୍ୟାଦି ବଣ୍ଟନ କରାଯାଇଥିଲା। ଆଇନ୍ ଜୀବୀ ଶ୍ରୀ ଯୁକ୍ତ ବାଇଧର ସାହୁ ହନୁମାନ ଚାଳିଶା ଓ ଶ୍ରୀ ମଦ୍ ଭଗବଦ୍ ଗୀତା ଯୋଗାଇ ଦେଇଥିଲେ।
ଦିନକୁ ଦିନ ଏପରି ଆୟୋଜନ ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ବୋଲି ଆୟୋଜକ ମାନେ କହିଛନ୍ତି। ଏପରି ଆୟୋଜନ କରିବା ପଛରେ ଗ୍ରାମାଂଚଳ ଛାତ୍ରଛାତ୍ରୀ ଙ୍କୁ ବିଭିନ୍ନ ପ୍ରତିଯୋଗିତା ବିଷୟରେ ସଚେତନ କରିବା, ବିଭିନ୍ନ ପ୍ରକାରର ପ୍ରଶ୍ନ ସହିତ ତାଙ୍କୁ ପରିଚିତ କରିବା ଓ ଆଗାମୀ ଦିନରେ ଆବଶ୍ୟକ ହେଉଥିବା ବିଭିନ୍ନ ପୁସ୍ତକ ପୁରସ୍କାର ଆକାରରେ ଯୋଗାଇ ଦେବାର ଲକ୍ଷ୍ୟ ରଖିଛି ଶାସ୍ତ୍ରୀ ସ୍ମୃତି ପାଠାଗାର। ପ୍ରତିବର୍ଷ ସ୍ଵାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଅବସରରେ ଏପରି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ଆୟୋଜକ ମାନେ କହିଛନ୍ତି। ଆଗାମୀ ଗ୍ରୀଷ୍ମ ଛୁଟି ଅବସରରେ ପିଲାମାନଙ୍କୁ ତାଙ୍କର ଭବିଷ୍ୟତ ପାଠ୍ୟକ୍ରମ ବାବଦରେ ମାର୍ଗଦର୍ଶନ ଦେବାର ଆୟୋଜନ କରାଯିବ।
କେତେକ ଅଭିଭାବକ, ଗୁରୁଜନ, ସଚେତନ ମହିଳା, ଯୁବକ ଏ କାର୍ଯ୍ୟକ୍ରମରେ ଦେଇଥିଲେ। କେତେକ ବିଦ୍ୟାଳୟର ଶିକ୍ଷକ ମାନେ ମଧ୍ୟ ଉକ୍ତ ଉତ୍ସବରେ ଉପସ୍ଥିତ ରହି, ଛାତ୍ରଛାତ୍ରୀ ଓ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ।
ଏ କାର୍ଯ୍ୟକ୍ରମକୁ ଶ୍ରୀ କୃଷ୍ଣ ଚନ୍ଦ୍ର ମହାନ୍ତ, ଇଂ ରମେଶ ଚନ୍ଦ୍ର ନାଏକ, ଶ୍ରୀ ତପନ କୁମାର ନାଏକ, ଶ୍ରୀ ଲକ୍ଷ୍ମଣ କୁମାର ମହାନ୍ତ, ଶ୍ରୀ ଲକ୍ଷ୍ମୀଧର ମହାନ୍ତ, ଶ୍ରୀ ବନମାଳୀ ମହାନ୍ତ, ଶ୍ରୀ ରାମଚନ୍ଦ୍ର ମହାନ୍ତ, ଶ୍ରୀ ମଧୁସୂଦନ ଘଣା, ଶ୍ରୀ ସନ୍ତୋଷ କୁମାର ଘଣା, ଶ୍ରୀ ତୁଷାର ଭୁଷଣ ମହାନ୍ତ, ଶ୍ରୀ ଗଣେଶ୍ୱର ମହାନ୍ତ , ଶ୍ରୀ ନିଶାକର ମହାନ୍ତ, ଶ୍ରୀ ଲକ୍ଷ୍ମୀକାନ୍ତ ମହାନ୍ତ, ଶ୍ରୀମତୀ ମିନତୀ ମହାନ୍ତ, ଶ୍ରୀମତୀ ସତ୍ୟଭାମା ମହାନ୍ତ , ଶ୍ରୀ ସୁଶାନ୍ତ କୁମାର ଘଣା, କୁମାରୀ ବିଳାସିନୀ ଘଣା ପରିଚାଳନା କରିଥିଲେ।
ଯେଉଁମାନଙ୍କ ଆର୍ଥିକ ସହାୟତା, ସମୟ ଓ ଶ୍ରମ ଦାନରେ ଏ କାର୍ଯ୍ୟକ୍ରମ ସଫଳ ହୋଇଛି, ସେ ସମସ୍ତଙ୍କୁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଦିଆଯାଇଛି।
ରାଜ୍ୟ
ନିତ୍ୟାନନ୍ଦ ପୁର ଗାଁ ସ୍ଥିତ ଶାସ୍ତ୍ରୀ ସ୍ମୃତି ପାଠାଗାର ଦ୍ଵାରା ଆଞ୍ଚଳିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଓ କୁଇଜ୍ ପ୍ରତିଯୋଗିତା
- Hits: 5








