ହେଡଲାଇନସ୍:

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡର ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ସର୍ବାଧିକ କୃତିତ୍ୱ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୩୦/୧- ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କେଳରୋଡ, କେନ୍ଦୁଝରଗଡର ଛାତ୍ରୀ ସ୍ମରଣିକା ସାମନ୍ତରା, ସିଦ୍ଧିଶ୍ରୀ ଦାଶ, ଆଲିସା ବାରିକ ଓ ଅଂଶିକା ବିଶ୍ଵାଳ ପ୍ରମୁଖ ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବିଦ୍ୟାଳୟର ପ୍ରାର୍ଥନା ସମୟରେ ଆୟୋଜିତ ଏକ ସଭାରେ ପରିଚାଳନା ସମିତିର ଉପ-ସଭାପତି ପ୍ରିୟବ୍ରତ ସାମଲ, ସଂପାଦକ ସୁଧାଂଶୁ ଶେଖର ପଣ୍ଡା, କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ ଓ ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ ଉପସ୍ଥିତ ରହି ଉକ୍ତ ଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ଛାତ୍ରୀମାନଙ୍କ କୃତିତ୍ବ ପାଇଁ ଛାତ୍ରଛାତ୍ରୀ ତ‌ଥା ଅଭିଭାବକମାନଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।

0
0
0
s2sdefault