ଓଡ଼ଗାଁ, ୨୯।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଶରଣକୁଳ ଥାନା ଅଞ୍ଚଳରେ ପୁଣି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୧୦ ବର୍ଷର ନାବାଳିକା ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଥିବା ବେଳେ, ନିଜର ଉପସ୍ଥିତ ବୁଦ୍ଧି ଓ ସାହସରେ ଅଭିଯୁକ୍ତଙ୍କ ପଞ୍ଝାରୁ ନିଜକୁ ବଞ୍ଚାଇ ପଳାଇ ଆସିବାରେ ସଫଳ ହୋଇଛି। ଅଭିଯୁକ୍ତ ହେଉଛି ସ୍ଥାନୀୟ ଏକ ଟିୟୁସନ ଦିଦିଙ୍କ ୨୩ ବର୍ଷର ପୁଅ। ପୀଡ଼ିତା ନାବାଳିକା ପ୍ରତିଦିନ ସନ୍ଧ୍ୟାବେଳେ ଟିୟୁସନ ପାଇଁ ସେହି ଦିଦିଙ୍କ ଘରକୁ ଯାଉଥିଲା। ବୁଧବାର ସନ୍ଧ୍ୟାରେ ଅନ୍ୟ ସମସ୍ତ ପିଲାଙ୍କୁ ଛାତ ଉପରକୁ ପଠାଇ ଦେଇ, ଟିୟୁସନ ଦିଦିଙ୍କ ପୁଅ “ଗଣିତ ପଢ଼ାଇବି” ବୋଲି କହି ପୀଡ଼ିତାକୁ ତଳ ଘରେ ଅଟକାଇଥିଲା। ସେଠାରେ ସେ ନାବାଳିକା ସହିତ ଦୁଷ୍କର୍ମାଚରଣ କରିବାକୁ ଉଦ୍ୟମ କରିଥିଲା। ନାବାଳିକା କାନ୍ଦିବାରୁ ଅଭିଯୁକ୍ତ ତାଙ୍କ ତଣ୍ଟିକୁ ଚିପିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ନିଜକୁ ବଞ୍ଚାଇବା ପାଇଁ ଉପସ୍ଥିତ ବୁଦ୍ଧି ଓ ସାହସର ପରିଚୟ ଦେଇ ନାବାଳିକା ଯୁବକଙ୍କ କୋଳସନ୍ଧାକୁ ଜୋରରେ ଗୋଇଠା ମାରିଥିଲା। ଯନ୍ତ୍ରଣାରେ ଅଭିଯୁକ୍ତ ହାତ ଛାଡ଼ିଦେବା ସହିତ ନାବାଳିକା ସେଠାରୁ ଖସି ପଳାଇ ନିଜ ଘରକୁ ପହଞ୍ଚିଥିଲା।
ଘରେ ପହଞ୍ଚି ପୀଡ଼ିତା ନିଜ ବାପା-ମାଙ୍କୁ ସମସ୍ତ କଥା କହିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଖବର ପାଇ ଟିୟୁସନ ଦିଦି ଓ ତାଙ୍କ ସ୍ୱାମୀ ପୀଡ଼ିତାଙ୍କ ଘରକୁ ଆସି ଘଟଣା ସମ୍ପର୍କରେ ଜାଣିଥିଲେ। ପରେ ପୀଡ଼ିତା ପରିବାର ପକ୍ଷରୁ ଶରଣକୁଳ ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା।
ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାଟିକୁ ନେଇ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଲୋକେ ନାବାଳିକାମାନଙ୍କ ସୁରକ୍ଷା ପାଇଁ ସତର୍କ ରହିବା ସହିତ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନକୁ ଦାବି କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହାର ୮ ଦିନ ପୂର୍ବରୁ ଏହି ଶରଣକୁଳ ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ। ସେହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏବଂ ସେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛି।
ଲଗାତାର ଏପରି ଘଟଣା ଅଞ୍ଚଳର ସାମାଜିକ ସୁରକ୍ଷା ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ରାଜ୍ୟ
୮ ଦିନ ନପୁରୁଣୁ ପୁଣି ଜଣେ ୧୦ ବର୍ଷର ନାବାଳିକା ଦୁଷ୍କର୍ମ ଉଦ୍ୟମର ଶିକାର
- Hits: 5








