ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ଯାଣ ସମିତି,ମହିଳା ଆରୋଗ୍ୟ ସମିତ ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): ଗୁରବାର ତା. ୨୯.୦୧.୨୦୨୬ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ଏବଂ ଜନ ଆରୋଗ୍ୟ ସମିତି ସମ୍ମିଳନୀ ୨୦୨୫-୨୬ ଆଜି ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ(ସାଧାରଣ) ତନ୍ମୟ କୁମାର ଦରୱାନ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ହରେ କୃଷ୍ଣ ଶତପଥି,ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ନିହାରେନ୍ଦ୍ର ପଣ୍ଡା,ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ରାକେଶ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ଦେବୀ ପ୍ରସାଦ ମହାପାତ୍ର,ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଜାତୀୟ ସ୍ୱାସ୍ଥ୍ୟ ମିଶନ ଦିଲୀପ କୁମାର ଦୁବେ ପ୍ରମୁଖ ଯୋଗଦେଇ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଆୟୋଜନ ର ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରି ଗ୍ରାମ ସ୍ତରରେ ସ୍ୱାସ୍ଥ୍ୟ ସଚେତନତା, ସ୍ୱାସ୍ଥ୍ୟ ସେବା ସହିତ ଗାଁ ର ଉନ୍ନତି,ଓ ବିକାଶ କ୍ଷେତ୍ରରେ ସ୍ୱାସ୍ଥ୍ୟ କର୍ମୀ,ଅଙ୍ଗନବାଡି କର୍ମୀ ଓ ଆଶା ଦିଦି ମାନଙ୍କର ପ୍ରମୂଖ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସମ୍ମିଳନୀରେ
ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଅନ୍ତର୍ଗତ ପ୍ରମୁଖ ଲକ୍ଷ ଏବଂ ଉଦ୍ଦେଶ୍ୟ ତଥା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସଂକ୍ଷିପ୍ତ ଆଲୋଚନା କରାଯାଇଥିଲା । ଜିଲ୍ଲା ରୁ ମାତୃମୃତ୍ୟୁ ଏବଂ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ସହିତ ବିଭିନ୍ନ ଜନସ୍ୱାସ୍ଥ୍ୟ ସେବା ଯଥା – ମହିଳା ଓ ଶିଶୁ ସ୍ୱାସ୍ଥ୍ୟ, ଟିକାକରଣ, ଜଳ ଓ ପରିମଳ, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାଧନ, ସଂକ୍ରାମକ ଏବଂ ଅଣସଂକ୍ରାମକ ରୋଗ ସହିତ ଆଞ୍ଚଳିକ ସ୍ତରରେ ପରିଦୃଷ୍ଟ ରୋଗ ସମୂହର ପ୍ରତିରୋଧ ଓ ନିୟନ୍ତ୍ରଣ, ସମନ୍ଵିତ ପ୍ରାଥମିକ ସ୍ୱାସ୍ଥ୍ୟ ସେବାକୁ ସାର୍ବଜନୀନ କରିବା ସହିତ ଜନସଂଖ୍ୟା ସ୍ଥିରୀକରଣ, ଲିଙ୍ଗଗତ ସମାନତା ଏବଂ ଜନସଂଖ୍ୟା ଭିତ୍ତିକ ଭାରସାମ୍ୟ ରକ୍ଷା କରିବା ସହିତ ସୁସ୍ଥ ଜୀବନ ଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଗ୍ରାମାଞ୍ଚଳ ତଥା ଜନସାଧାରଣଙ୍କର ସୁବିଧା ପାଇଁ ଅଧିସ୍ଵୀକୃତ ସାମାଜିକ ସ୍ୱାସ୍ଥ୍ୟ ସହାୟିକା, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା , ଜନନୀ ସ୍ୱାସ୍ଥ୍ୟ ଯୋଜନା ସମନ୍ଵିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ ଦ୍ଵାରା ବିଭିନ୍ନ ପ୍ରକାର ମହାମାରୀ କିମ୍ବା ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପରିସ୍ଥିତିକୁ ନିୟନ୍ତ୍ରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଜିଲ୍ଲାରେ ଏହି ସବୁ କାର୍ଯ୍ୟକ୍ରମ କୁ
ସଫଳ ଭାବରେ ତ୍ଵରାନ୍ନିତ କରିବାରେ ଯେଉଁମାନଙ୍କର ଅଗ୍ରଣୀ ଭୂମିକା ରହିଥାଏ ସେହି ମାନଙ୍କର କାର୍ଯ୍ୟଦକ୍ଷତାକୁ ଉତ୍ସାହିତ କରିବା ପାଇଁ କିଛି ମାପକ ମାନଦଣ୍ଡରେ ଯୋଗ୍ୟବିବେଚିତଙ୍କୁ ଅତିଥି ମାନଙ୍କ ଦ୍ଵାର ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଶ୍ରେଷ୍ଠ ବିବେଚିତ ଆଶା (ଗ୍ରାମାଞ୍ଚଳର ୧୩ ଜଣ ଏବଂ ସହରାଞ୍ଚଳର ୧ ଟି) ଙ୍କୁ ସ୍ୱାସ୍ଥ୍ୟ ସେବା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ପ୍ରତ୍ୟେକ ବ୍ଲକର ଶ୍ରେଷ୍ଠ ଜଣ ଆରୋଗ୍ୟ ସମିତି ପୁରସ୍କାର ୧୩ ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରଙ୍କୁ ପ୍ରଦାନ କରାଯାଇଥିଲା, ୧୩ ଟି ଗାଁ କଲ୍ୟାଣ ସମିତି ଙ୍କୁ ସୁସ୍ଥ ଗାଁ ପୁରସ୍କାର ପ୍ରଦାନ କରିବା ସହିତ ସହରାଞ୍ଚଳ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ତରରୁ ୨୮ ଟି ମହିଳା ଆରୋଗ୍ୟ ସମିତିଙ୍କୁ ପୁରସ୍କୃତ କରିବା ସହିତ ସାର୍ଟିଫିକେଟ ଏବଂ ଅନୁଦାନ ରାଶି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ସମସ୍ତ ବ୍ଲକ ର, ସ୍ୱାସ୍ଥ୍ୟ ବିଭାଗ ର ଅଧିକାରୀ, କର୍ମଚାରୀ, ଗାଁ କଲ୍ଯାଣ ସମିତି ର କର୍ମକର୍ତ୍ତା, ଆଶା, ଅଙ୍ଗନବାଡି କର୍ମୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ।

0
0
0
s2sdefault