ହେଡଲାଇନସ୍:

ଜିଲ୍ଳାସ୍ତରୀୟ ୭୭ତମ ଗଣତନ୍ତ୍ର ଦିବସ ପାଳିତ :

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ବିକାଶ ଓ ଅସ୍ମିତା” — ଏହି ମନ୍ତ୍ରକୁ ଆଧାର କରି ୨୦୩୬ ସୁଦ୍ଧା “ସମୃଦ୍ଧ ଓଡ଼ିଶା” ଗଠନ କରିବା ଦିଗରେ ରାଜ୍ୟ ସରକାର ଦୃଢ଼ ସଂକଳ୍ପବଦ୍ଧ"-ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ l
ରାୟଗଡ:-ତା.୨୬/୧/୨୬: ରାୟଗଡ ଜିଲ୍ଳା ସଦର ମହକୁମାର ସ୍ଥାନୀୟ ପିଏମ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଳା ହାଇସ୍କୁଲ ପଡିଆ ଠାରେ ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଳାସ୍ତରୀୟ ୭୭ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣ ଶିକ୍ଷା, ଅନୁସୂଚିତ ଜନଜାତି ଓ ଜାତି ବିକାଶ, ସଂଖ୍ୟାଲଘୁ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନକ୍ଷମ ଶସକ୍ତିକରଣ ବିଭାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସକାଳ ସାଢେ ୮ଟା ୩୦ ମିନିଟ ସମୟରେ ଆନୁଷ୍ପାନିକ ଭାବେ ଜାତୀୟ ପତାକା ଉତ୍ତଳୋନ କରି ଜିଲ୍ଳାବାସୀଙ୍କୁ ଉଦବୋଧନ ଦେଇ ସମବେତ ପ୍ୟାରେଡରେ ଅଭିବIଦନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ. ଏଲ. ଭି. ଅଚାରୀଉପସ୍ଥିତ ରହିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ନିଜର ଭାଷଣରେ କହିଲେ ଯେ ୧୯୫୦ ମସିହାର ଏହି ଐତିହାସିକ ଦିବସରେ ଆମେ ସାର୍ବଭୌମତ୍ୱ ଲାଭ କରିଥିଲୁ । ଏହାକୁ ହାସଲ କରିବାରେ ଆମର ବୀର ସହିଦ୍‌ମାନଙ୍କ ଆତ୍ମବଳିଦାନକୁ ସମ୍ମାନର ସହ ସ୍ମରଣ କରିବା ନିମନ୍ତେ ଏହି ଦିବସଟି ଆମମାନଙ୍କୁ ମଧ୍ୟ ଏକ ସୁଯୋଗ ପ୍ରଦାନ କରିଥାଏ । ଆମେ ଆମର ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ଚନ୍ଦ୍ର ବୋଷ, ମୌଲାନା ଅବୁଲ କଲାମ ଆଜାଦ୍, ଆମ ସମ୍ବିଧାନର ପ୍ରଣେତା ଡକ୍ଟର ଭୀମ୍‌ ରାଓ ଆମ୍ବେଦକର, ବହୁ ରାଷ୍ଟ୍ରନୀତିଜ୍ଞ ଏବଂ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଆମର ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ ସ୍ଵାଧୀନତା ପ୍ରାପ୍ତି ନିମନ୍ତେ ଆମ ରାଜ୍ୟର ମହାନ୍ ସଂଗ୍ରାମୀ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ଚାଖି ଖୁଣ୍ଟିଆ, ବିର୍ସା ମୁଣ୍ଡା, ଲକ୍ଷ୍ମଣ ନାଏକଙ୍କ ପରି ଯେଉଁ ଅଗଣିତ ଦେଶପ୍ରେମୀ ଏବଂ ମହାମନୀଷୀମାନେ ଅବିରତ ସଂଗ୍ରାମ ଓ ଅତୁଳନୀୟ ବଳିଦାନ ଦେଇଛନ୍ତି l ଏହି ଦିବସଟି ଭାରତର ସମ୍ବିଧାନ ଗୃହୀତ ହେବାର ସ୍ମୃତିକୁ ଉଜ୍ଜୀବିତ କରିଥାଏ ଏବଂ ଆମ ଦେଶକୁ ଏକ ସାଧାରଣତନ୍ତ୍ର ରାଷ୍ଟ୍ରରୂପେ ସ୍ୱୀକୃତି ଦେଇଥାଏ । ଆମର ସମ୍ବିଧାନ, ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ନିମନ୍ତେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସୁନିଶ୍ଚିତ କରିଛି । ଗଣତନ୍ତ୍ରର ସାରବତ୍ତା ଏବଂ ଧର୍ମନିରପେକ୍ଷତା ହେଉଛି ଆମ ସମ୍ବିଧାନ ଆତ୍ମା ସଦୃଶ । ପ୍ରତ୍ୟେକ ନାଗରିକର ମୌଳିକ ଅଧିକାରଗୁଡିକର ସୁରକ୍ଷା ଉପରେ ଆଧାରିତ ଆମର ଗଣତନ୍ତ୍ର ହେଉଛି ଭାରତୀୟ ସମ୍ବିଧାନର ମୂଳପିଣ୍ଡ । ସମ୍ବିଧାନର ମୁଖବନ୍ଧ, ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟଗୁଡିକୁ ଧାରଣ କରିଛି । ସ୍ୱତନ୍ତ୍ରତା, ସମାନତା ଏବଂ ଭ୍ରାତୃତ୍ଵଭାବ ସହ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ବିଧାନର ଚିନ୍ତାଧାରା, ଆମ ସମ୍ବିଧାନର ମୂଳଭିଭି ଓ ନୀତି ଅଟେ । ଗଣତନ୍ତ୍ରରେ ଲୋକଙ୍କ ନିକଟରେ ସାଧାରଣ ସେବା ପହଞ୍ଚାଇବା ହେଉଛି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଏବଂ ସାଧାରଣ ଜନତାଙ୍କ ସଶକ୍ତିକରଣ ଗଣତନ୍ତ୍ରକୁ ସୁଦୃଢ଼ କରିଥାଏ । ଓଡିଶାର ଗରିବ, ବଞ୍ଚିତ ଶ୍ରେଣୀ, ଭିନ୍ନକ୍ଷମ ହିତାଧିକାରୀଙ୍କ ମଙ୍ଗଳ ବିଧାନ, ଶିଶୁମାନଙ୍କ ସଶକ୍ତିକରଣ, ମହିଳା, ଯୁବଗୋଷ୍ଠୀ, କୃଷକ, ଶ୍ରମିକ ଶ୍ରେଣୀର ଉନ୍ନତି, ଅନୁସୂଚିତ ଜନଜାତି ଓ ଜାତି ବର୍ଗର ବିକାଶ ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ବ ଦେଉଛନ୍ତି । ଯାହାକି ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନ ସହ ସମାନୁପାତିକ ତଥା ସାମଗ୍ରିକ ବିକାଶ ଓଡ଼ିଶାର ନିଶ୍ଚିତ ଅଭିବୃଦ୍ଧିକୁ ସୂଚିତ କରୁଛି । ଆଜି ମୁଁ ଗର୍ବର ସହିତ କହିପାରେ ଯେ, ଓଡ଼ିଶା ଏବେ ବିକାଶର ଏକ ନୂଆ ଯୁଗରେ ପ୍ରବେଶ କରିଛି । “ବିକାଶ ଓ ଅସ୍ମିତା” — ଏହି ମନ୍ତ୍ରକୁ ଆଧାର କରି ୨୦୩୬ ସୁଦ୍ଧା “ସମୃଦ୍ଧ ଓଡ଼ିଶା” ଗଠନ କରିବା ଦିଗରେ ରାଜ୍ୟ ସରକାର ଦୃଢ଼ ସଂକଳ୍ପବଦ୍ଧ । ବିକାଶ ମାନେ ମହିଳାଙ୍କ ସଶକ୍ତିକରଣ, ଯୁବଶକ୍ତିଙ୍କୁ ନିଯୁକ୍ତି, କୃଷକଙ୍କ ସମୃଦ୍ଧି, ଏବଂ ଶିକ୍ଷା–ସ୍ୱାସ୍ଥ୍ୟର ସୁଦୃଢ଼ ଭିତ୍ତି । ଆଜି ଓଡ଼ିଶାରେ “ସୁଭଦ୍ରା ଯୋଜନା” ମାଧ୍ୟମରେ ୧ କୋଟିରୁ ଅଧିକ ମହିଳା ଆର୍ଥିକ ଭାବେ ସ୍ୱାବଲମ୍ବୀ ହେଉଛନ୍ତି । ୫ ବର୍ଷରେ ୫୦ ହଜାର ଟଙ୍କା ସହାୟତା ପାଇ ମହିଳାମାନେ କୃଷି, ଉଦ୍ୟୋଗ ଓ ସ୍ୱୟଂରୋଜଗାରରେ ନିଜକୁ ସକ୍ଷମ କରିପାରୁଛନ୍ତି । ଶିକ୍ଷା କ୍ଷେତ୍ରରେ ମଧ୍ୟ ଓଡ଼ିଶା ଏକ ଐତିହାସିକ ପଦକ୍ଷେପ ନେଇଛି । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅଧୀନରେ ଆଗାମୀ ୪ ବର୍ଷରେ ୨୨୦୦ ବିଦ୍ୟାଳୟ ପାଇଁ ୧୨ ହଜାର କୋଟି ଟଙ୍କା ବ୍ୟୟ ହେବ । ଏହା ଆମ ପିଲାମାନଙ୍କୁ ଗୁଣାତ୍ମକ, ଡିଜିଟାଲ୍ ଓ ଆଧୁନିକ ଶିକ୍ଷା ଦେବାର ଦୃଢ଼ ପ୍ରୟାସ । ସେମିକଣ୍ଡକ୍ଟର, ଫାର୍ମା, ଇସ୍ପାତ ଓ ଏମଏସଏମଇ କ୍ଷେତ୍ରରେ ଓଡ଼ିଶା ଏବେ ପୂର୍ବ ଭାରତର ଉଦ୍ୟୋଗ ହବ୍ ହେବାକୁ ଯାଉଛି । ଆମ ସରକାରଙ୍କ ଆହ୍ବାନ- ଦୁର୍ନୀତିମୁକ୍ତ ରହିବା ଓ ବ୍ୟବସ୍ଥାକୁ ଦୁର୍ନୀତିମୁକ୍ତ କରିବା । ରାଜ୍ୟରେ ଆମେ ୧୮ ମାସ ମଧ୍ୟରେ ୩୯,୪୫୯ ଜଣଙ୍କୁ ସରକାରୀ ଚାକିରୀ ଦେଇଛୁ । ସରକାର ଦୁଇ ବର୍ଷ ମଧ୍ୟରେ ୬୫ ହଜାର ସରକାରୀ ନିଯୁକ୍ତି ପ୍ରଦାନ ପାଇଁ ଲକ୍ଷ୍ୟ ରଖିଛନ୍ତି । ଆସନ୍ତା ୪ ମାସରେ ଆଉ ୩୦ ହଜାର ନିଯୁକ୍ତି ଦିଆଯିବ । ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ବାତାବରଣରେ ପରୀକ୍ଷା କରିବା ପାଇଁ ସରକାର ସଂକଳ୍ପବଦ୍ଧ l ଶାସନ-ପ୍ରଶାସନକୁ ଚଳଚଞ୍ଚଳ ଓ ଲୋକାଭିମୁଖୀ କରିବା ପାଇଁ ଏକ ୧୫ ଦଫା ନିର୍ଦ୍ଦେଶାବଳୀ ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ସବୁପ୍ରକାର ସରକାରୀ କାର୍ଯ୍ୟ, ବିଶେଷ ଭାବେ ନୋଟିସ, ବିଜ୍ଞପ୍ତି, ପତ୍ର ବିନିମୟକୁ କେବଳ ଓଡ଼ିଆ ଭାଷାରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବା ପାଇଁ ପ୍ରତିବଦ୍ଧତାର ବାର୍ତ୍ତା ଦେଇଥିଲେ।
ଲୋକଙ୍କ ଅଭିଯୋଗ ଶୁଣାଣିକୁ ଅତ୍ୟନ୍ତ ଗୁରୁତରସହିତ ବିଚାରକୁ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ୧୫-ସୂତ୍ରୀ ପରାମର୍ଶ/ନିର୍ଦ୍ଦେଶାବଳୀ ରାଜ୍ୟ ପ୍ରଶାସନକୁ ନିଶ୍ଚିତ ଭାବେ ଚଳଚଞ୍ଚଳ କରିବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରଶାସନକୁ ସ୍ବଚ୍ଛ, ଦକ୍ଷ, ଲୋକାଭିମୁଖୀ, ତଥା ଗତିଶୀଳ କରିବା ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ମାଧ୍ୟମରେ ୫୬ ହଜାରରୁ ଅଧିକ ଅଭିଯୋଗ ଶୁଣାଣି କରାଯାଇଛି । ଜିଲ୍ଲାରେ ପ୍ରଚୁର୍ଯ୍ୟଭାରା ଖଣିଜ ସମ୍ପଦ ପାଇଁ ଶିଳ୍ପ ଅଭିବୃଦ୍ଧି ଯୋଗୁଁ ଜିଲ୍ଲା ବିକାଶ ଦିଗରେ ଅଗ୍ରଗତି କରୁଛି l ଆମ ସରକାରଙ୍କ ପ୍ରଚେଷ୍ଠା ଓ ପ୍ରୋତ୍ସାହନ ଦ୍ବାରା ରାୟଗଡା ରେଳ ଲାଇନ୍ ପାଇଁ ଆର୍ଥିକ ମଞ୍ଜୁରୀ ମିଳିଛି । ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ରାୟଗଡ ଜିଲ୍ଲାର ବଳିଷ୍ଠ ଭୂମିକା ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ଏଇ ମାଟିର ମଣିଷ ପ୍ରକୃତିର ସନ୍ତାନ ନିର୍ଭିକ ଆଦିବାସୀ ଭାଇ ଓ ଭଉଣୀମାନେ ଦେଶ ଓ ଜାତି ପାଇଁ ରକ୍ତ ତର୍ପଣ କରିଛନ୍ତି । ରାୟଗଡ଼ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ସହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଚିରସ୍ମରଣୀୟ lମୁଁ ସେହି ମହାନ ବିପ୍ଳବୀଙ୍କ ଉଦ୍ଦେଶ୍ୟରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି କହିଥିଲେ l ଆସନ୍ତୁ, ଏହି ଶୁଭ ଦିନରେ ଜିଲ୍ଲା ତଥା ରାଜ୍ୟର aଉନ୍ନତିର ସହଯୋଗର ହାତ ବଢାଇବାକୁ ସମସ୍ତେ ଶପଥ ନେବା । ଆମର ଏକତା, ଆମର ଶ୍ରମ ଓ ଆମର ସଂକଳ୍ପ ହିଁ ଭାରତକୁ ଶକ୍ତିଶାଳୀ ଓ ଓଡ଼ିଶାକୁ ସମୃଦ୍ଧ କରିପାରିବ ମାନ୍ୟବର ମନ୍ତ୍ରୀ ଆହ୍ୱାନ କରିଥିଲେ l
ଗଣତନ୍ତ୍ର ଦିବସ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତରେ କୃତୀ ପ୍ରତିଯୋଗିତା ମାନଙ୍କୁ ପୁରସ୍କୃତ କରିଥିଲେ l କ୍ରୀଡା କ୍ଷେତ୍ରରେ ସ୍ବିଟି ପ୍ରିୟl ପ୍ରଧାନ, ବିଜୟ କିଶୋର ପଟ୍ଟନାୟକ, ଦମୟନ୍ତୀ ବତ୍ରୀୟ,କେ. ରାଧାରାଣୀ, ବିକାଶ କୁମାର ରେଡ୍ଡୀ,ସ୍ଵାଗତିକା ମଲ୍ଲିକ ଏବଂ ଗାୟତ୍ରୀ କଳା ସଂଗଠନକୁ ସମ୍ବର୍ଦ୍ଦିତ କରାଯାଇଥିଲା l ସେହିପରି ପ୍ୟାରେଡ୍‌ରେ ବରିଷ୍ଠ ଏନସିସି ବର୍ଗରେ ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟର ବାଳକ ଓ ମହିଳା ମହାବିଦ୍ୟାଳୟର ବାଳିକା ବିଭlଗ ଦ୍ୱିତୀୟ ପୁରସ୍କାର ପାଇଥିବା ବେଳେ କନିଷ୍ଠ ଏନସିସି ବର୍ଗରେ ପିଏମ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପ୍ରଥମ ଏବଂ ଏକଲବ୍ୟ ଆଦର୍ଶ ଆୱାସିକ ବିଦ୍ୟାଳୟ, ସିରିଗୁଡା ଦ୍ୱିତୀୟ ସ୍ଥାନରେ ପୁରସ୍କୃତ କରାଯାଇଥିଲା । ଏଥିସହ ଗାଇଡ଼ରେ,କନ୍ଧ ମାଲିଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାୟଗଡ଼ ଯଥାକ୍ରମେ ପ୍ରଥମେ ଓ ଦ୍ଵିତୀୟ ହୋଇଥିଲେ l ୟୁଥ ରେଡ୍ କ୍ରସ,ସେନଚୁରିଆନ ପବ୍ଲିକ ସ୍କୁଲ ଓ ସକ୍ରୀଡ଼ ହାର୍ଟ ସ୍କୁଲ ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ହୋଇ ପୂର୍କସ୍କୃତ ହୋଇଥିଲେ l ସିନିଅର ସିଭିଲିୟାନ୍ସ ବର୍ଗରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପୁରସ୍କୃତ କରାଯାଇଥିଲା । ସେହିପରି ସିନିଅର ସିଭିଲିଆନରେ ଏକାଡେ଼ମିକ ହେଇଟିସ ପ୍ରଥମ ଓ ଏକଲବ୍ୟ ମୋଡେଲ ରେସିଡେନ୍ସିଆଲ ଦ୍ବିତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ l ସେହିପରି ସଂସ୍କୃତିକ ଦଳ ଓ ଶାରୀରିକ କ୍ରୀଡା କୌଶଲ ଦଳକୁ ମଧ୍ୟ ପୁରସ୍କୃତ କରାଯାଇଥିଲା l ସାଧାରଣ ତନ୍ତ୍ର ଦିବସ ବ୍ୟାରେଡ଼ରେ ୩୧ଟି ଦଳ ଭଗନେଇଥିଲେ l ପ୍ୟାରେଡ କମଣ୍ଡର ଆର ଆଇ ପୋଲିସ କବିବର ଦେହୁରୀ ପରିଚାଳନା କରିଥିଲେ l ଏହା ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଥିବା ରୋଗୀ, ଜିଲ୍ଳା କାରାଗାର ଓ ସ୍ଥାନୀୟ ସେବା ସମାଜ ଅନାଥ ଆଶ୍ରମ, ସ୍ୱଧାର ଗୃହରେ ଓ ବରିଷ୍ଠ ନାଗରିକ ସେବା ଗୃହ ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଠାନ ବଣ୍ଟନ କରାଯାଇଥିଲା । ଜିଲ୍ଳାସ୍ତରୀୟ ଗଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାଏକ,ନିହାର ରଞ୍ଜନ କହଁର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ରାୟଗଡ଼ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ତୁ, ଉପଜିଲ୍ଳାପାଳ ରମେଶ କୁମାର ଜେନା, ଅତିରିକ୍ତ ଏସ.ପି. , ଏସଡିପିଓଙ୍କ ସମେତ ଅନ୍ୟlନ୍ୟ ଜିଲ୍ଳାସ୍ତରୀୟ ପ୍ରଶାସନିକ ଓ ପୋଲିସ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ରାୟଗଡର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ଉପନିର୍ଦ୍ଦେଶକ ତଥା ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରାୟଗଡ ବସନ୍ତ କୁମାର ପ୍ରଧାନ ଓ ସହକାରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରୀ l କାର୍ଯ୍ୟକ୍ରମକୁ ଏନସିସି ଶିକ୍ଷକ ଅଶୋକ ଦlଶ ସଂଯୋଜନା କରିଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା

0
0
0
s2sdefault