ହେଡଲାଇନସ୍:

ପାଇକମାଳ ହାଇସ୍କୁଲରେ ଅଭିଭାବକ ବୈଠକ ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର:- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଏକ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷକ ଡ଼ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ନିରୁପମା ସାହୁ,ପଟେଲ ସାର୍ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ବୈଠକରେ ୮୮ ଜଣ ଅଭିଭାବକ ଅଭିଭାବିକା ଯୋଗଦାନ କରି ରଜତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ l ଭାର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର ଶୈକ୍ଷିକ ବାତାବରଣ ବିଷୟରେ ଆଲୋଚନା କରିଥିଲେ l ପ୍ରଧାନ ଶିକ୍ଷକ ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷା ନିମନ୍ତେ ପ୍ରଥମେ ସ୍ବାସ୍ଥ୍ୟ କୁ ଭଲ ରଖି,ପାଠ ପଢ଼ା ଉନ୍ନତି ହୋଇପାରିବ ଏ ୱାନ କିପରି ଛାତ୍ର ଛାତ୍ରୀ ପାଇପାରିବେ,ପଢ଼ିବା ଗଢ଼ିବା ଓଡ଼ିଶା ପଠନ ପ୍ରୋତ୍ସାହନ ଅଭିଯାନ,ଡିଜିଟାଲ ଶିକ୍ଷା ବିଷୟରେ ଆଲୋଚନା,ପରୀକ୍ଷା ପେ ଚର୍ଚ୍ଚା ତା ବିଷୟରେ ଆଲୋଚନା କରିଥିଲେ l ଏବଂ ଅଭିଭାବକ ଅଭିଭାବିକ ମାନଙ୍କ ଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ ଗଠନ ମୂଳକ ମତାମତ ପ୍ରଦାନ କରିଥିଲେ l ସୁଦାମ ପାଣ୍ଡେ,ବବିତା ବେହେରା,ୟଶୋବନ୍ତ ସାହା,ଛବିଳ ସେଠ୍,ଲଳିତ କୁମାର ସାହୁ,ଦୟାନିଧି ସାହୁ,ସ୍ଵାଧୀନ ବେହେରା,ଶିବମ ନାୟକ ସହଯୋଗ କରିଥିଲେ ଏବଂ ଜ୍ୟୋତିର୍ମୟୀ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ l

0
0
0
s2sdefault