ଝାରସୁଗୁଡା, ୧୬/୧ : ଝାରସୁଗୁଡା ସହରର ପୁରୁଣାବସ୍ତି ସ୍ଥିତ ବାବୁପଡା ଛକରେ ସାଇବାବାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶୁକ୍ରବାର କରାଯାଇଛି ।ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ସାଇବାବା ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ |ଏହି ପ୍ରତିଷ୍ଠା ଉତ୍ସବ ଟି ଦୁଇ ଦିନ ଧରି ଚାଲିଥିବା ବେଳେ ଶୁକ୍ରବାର ମନ୍ଦିର ପ୍ରତିଷ୍ଠା ଉତ୍ସବ ର ଉଦଯାପନୀ ଉତ୍ସବ ପାଳନ କରାଯାଇଥିଲା |ଏହି ମନ୍ଦିରଟି ବେଶ ସୁନ୍ଦର ଭାବରେ ନିର୍ମାଣ କରାଯାଇଥିବା ବେଳେ ଏହାର ଚତୁରପାର୍ଶ୍ବକୁ ଆହୁରି ସୁନ୍ଦର କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଧାୟକ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି । ଗୁରୁବାର କଳସ ଯାତ୍ରା ଆୟୋଜନ ହୋଇଥିବା ବେଳେ ଶୁକ୍ରବାର ମନ୍ଦିର ପ୍ରତିଷ୍ଠା କରିବା ସହ ସାଇବାବାଙ୍କ ପ୍ରତିମାକୁ ପ୍ରାଣପ୍ରତିଷ୍ଠା କରାଯାଇଛି । ଏହି ପ୍ରତିଷ୍ଠା ଉତ୍ସବ ରେ ଝାରସୁଗୁଡା ଜିଲ୍ଲା ର ଶହ ଶହ ଭକ୍ତ ଯୋଗଦାନ କରିଥିବା ବେଳେ ସମସ୍ତ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା |
ରାଜ୍ୟ
ସାଇବାବା ଙ୍କ ମନ୍ଦିର ପ୍ରତିଷ୍ଠା ଦିବସ ରେ ଯୋଗଦେଲେ ବିଧାୟକ,
- Hits: 78











