ମହିଳା ସ୍ନାତକ ମହାବିଦ୍ୟାଳୟରେ ଚାଲିଛି ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ଆଜିକୁ ସାତ ଦିନ ହେଲା ,ଓଡ଼ିଶା ସରକାର ଏବଂ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲୁ ରହିଛି ।
ଅନୁଷ୍ଠାନର ଅଧ୍ୟକ୍ଷା ଡ.ରୀନା ସାହୁଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନ ଏବଂ ଆତ୍ମସୁରକ୍ଷା କମିଟିର ଦାୟିତ୍ବରେ ଥିବା ଆନୁଷ୍ଠାନିକ ସଦସ୍ଯ ଶ୍ରୀଯୁକ୍ତ ଏଲ.ଦୁର୍ଯ୍ୟୋଧନଙ୍କ ସହଯୋଗରେ ଶହେରୁ ଊର୍ଦ୍ଧ୍ବ ଛାତ୍ରୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଜାରି ରହିଛି। ଦୁଇଜଣ ଯୁବା ପ୍ରଶିକ୍ଷିକା ସୁଶ୍ରୀ ପ୍ରିୟା ଏବଂ ସୁଶ୍ରୀ ମାଧୁରୀ ଯଥାକ୍ରମେ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷାର ବିଭିନ୍ନ କୌଶଳମାନ ଅଭ୍ୟାସ କରାଇ ସଚେତନ କରାଇ ଆସୁଛନ୍ତି, ଯଦ୍ଦ୍ବାରା ଛାତ୍ରୀମାନେ ନିଜେ ହିଂସାତ୍ମକ , ଯୌନାତ୍ମକ ଏବଂ ଆବେଗାତ୍ମକ ଆକ୍ରମଣ ରୁ ନିଜକୁ ସୁରକ୍ଷିତ ରଖିପାରିବେ।
ଅନୁଷ୍ଠାନର ଅଧ୍ୟକ୍ଷା ଡ.ରୀନା ସାହୁଙ୍କ ନିକଟରୁ ପ୍ରାପ୍ତ ସୂଚନା ଅନୁଯାୟୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

0
0
0
s2sdefault