ରାୟଗଡ ତା ୧୬-୧-୨୦୨୬: ରାୟଗଡ଼ ବ୍ଳକ ସଦଭାବନା ଗୃହରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଇକୋ ଟୁରିଜିମ୍ ଓ ଟୁରିଜିମ ସୃଷ୍ଟି ସମ୍ପର୍କିତ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପିରାମଲ ଫାଉଣ୍ଡେସନର ସମ୍ବଳ ବ୍ୟକ୍ତିତ୍ବ ନରେଶ
ଶର୍ମା , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁ ଚରଣ ନାୟକ, ଜିପିଡିଓ ସ୍ମୃତିରେଖା ନାୟକ, ପେସା ସଞ୍ଜୋଜକ ଯୋଗେନ୍ଦ୍ର ନାୟକ ଓ ଶିକ୍ଷକ ନୀଳାଞ୍ଚଳ ମିଶ୍ର ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ରାୟଗଡରେ ଅନେକ ଜଳପ୍ରପାତ, ଜଙ୍ଗଲ, ପାହାଡ ଆଦି ପର୍ଯ୍ୟଟନ ସ୍ଥଳ ରହିଛି । ଗ୍ରାମ ପଞ୍ଚାୟତ ସ୍ଥାନୀୟ ପାର୍କ,ପୋଖରୀ ସର୍ବସାଧାରଣ ସ୍ଥଳୀ ଆଦିକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପ୍ରଦାନ କରିପାରିବେ । ପର୍ଯ୍ୟଟନ ସ୍ଥଳର ନାମକରଣ ସହ ପରିଚ୍ଛନ୍ନତା, ବର୍ଜ୍ୟବସ୍ତୁର ସୁପରିଚାଳନା କରାଯାଇପାରିବ ।
ଏକ ସୁସ୍ଥ,ସଙ୍ଗଠିତ ଓ ସ୍ଥାନୀୟ ସମୃଦ୍ଧ ଗ୍ରାମ ପଞ୍ଚାୟତ ଗଠନ ନିମନ୍ତେ ଇକୋ ଟୁରିଜିମର ପ୍ରବନ୍ଧନର ବିକାଶ ଦ୍ବାରା ଗ୍ରାମୀଣ ସାମାଜିକ, ଆର୍ଥିକ ଓ ପରିବେଶର ଲାଭକୁ ସୁଦୃଢ କରାଯାଇପାରିବ । ପଞ୍ଚାୟତକୁ ଶକ୍ତିଶାଳୀ କରିବା ନିମନ୍ତେ ସ୍ଥାନୀୟ ପର୍ଯ୍ୟଟନ ଯୋଜନା ପ୍ରସ୍ତୁତି, ସ୍ଥାନୀୟ ଯୁବଶକ୍ତିଙ୍କୁ ପର୍ଯ୍ୟଟନ ପରିଚାଳନା ସଂପର୍କିତ ପ୍ରଶିକ୍ଷଣ ଓ କ୍ଷମତା ବୃଦ୍ଧି, ପର୍ଯ୍ୟଟନ ସ୍ଥଳୀକୁ ପ୍ରଦୂଷଣ ମୁକ୍ତ ଓ ଜୈବ ବିବିଧତାର ସୁରକ୍ଷା ମାଧ୍ୟମରେ ପରିବେଶ ସୁରକ୍ଷା କରାଯାଇପାରିବ ।ଏହାଦ୍ୱାରା ପ୍ରାକୃତିକ ସମ୍ପଦର ସୁରକ୍ଷା, ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ, ଜୈବ ବିବିଧତା ଓ ପରିବେଶର ସୁରକ୍ଷା ସହ ସ୍ଥାନୀୟ ଲୋକଙ୍କ ଆର୍ଥିକ ସୁଯୋଗ ସୃଷ୍ଟି ହେବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ବ୍ୟବସ୍ଥା ବୋଲି ବିଡିଓ ସୁଜିତ କୁମାର ମିଶ୍ର ପ୍ରକାଶ କରିଛନ୍ତି ।
ରାଜ୍ୟ
ଗ୍ରାମ ପଞ୍ଚାୟତ ସ୍ତରୀୟ ଇକୋ ଟୁରିଜିମ୍ ଓ ପରିସ୍ଥିତି ମିତ୍ର ଟୁରିଜିମ ସୃଷ୍ଟି ସମ୍ପର୍କିତ କର୍ମଶାଳା
- Hits: 13











