(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର, ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଦୃଷ୍ଟି କୋଣକୁ ଜନ ମାନସ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଜୟପୁର ଠାରୁ ବାହାରି ଥିବା ସ୍ଵଦେଶୀ ସଂକଳ୍ପ ରଥ ବୁଧବାର ଗୁଣପୁର ଠାରେ ପହଞ୍ଚିବା ପରେ ଭବ୍ୟ ସ୍ଵାଗତ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଗୁଣପୁର କଲେଜ ଠାରେ ସାଧାରଣ ଜନତା ଉପସ୍ଥିତ ରହି ସ୍ଵଦେଶୀ ସଂକଳ୍ପ ରଥକୁ ଭବ୍ୟ ସ୍ୱାଗତ ଜଣାଇବା ସହ ଏକ ବାଇକ ଶୋଭା ଯାତ୍ରା ରେ ନେଇଥିଲେ । ସ୍ଵଦେଶୀ ଭାବନାକୁ ସୁଦୃଢ଼ କରିବା ଆତ୍ମନିର୍ଭର ଭାରତ ଗଢ଼ିବା ରେ ସାମିଲ ହେବା ନେଇ ବାର୍ତ୍ତା ପ୍ରଦାନ କରାଯାଇଥିଲା । ଗୁଣପୁର ସ୍ଵଦେଶୀ ଜାଗରଣ ମଞ୍ଚ ପକ୍ଷରୁ ନୂତନ ବସଷ୍ଟାଣ୍ଡ ଠାରେ ଏକ ସଚେତନ ସଭା ଅନୁଷ୍ଟିତ ହୋଇଥିଲା । ସ୍ୱଦେଶୀ ସଂକଳ୍ପ ରଥ ଯାତ୍ରା କରି ବିଦେଶୀ ଦ୍ରବ୍ୟ କୁ ବର୍ଜନ ସ୍ୱଦେଶୀ ଦ୍ରବ୍ୟ ଗ୍ରହଣ କରି ଦେଶ କୁ ସମୃଦ୍ଧ କରିବା କୁ ଏହି ସଭା ରେ ଆହ୍ବାନ ପ୍ରଦାନ କରାଯାଇଥିଲା l ରାଷ୍ଟ୍ରୀୟ ସଂଘର୍ଷ ବାହିନୀ ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉପରୋକ୍ତ ଆହ୍ଵାନ ପ୍ରଦାନ କରିଥିଲେ। ସଭା ମଞ୍ଚ ରେ ଅନ୍ୟ ମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଲା ସଂଘ ଚାଳକ ନନ୍ଦିକେଶ୍ଵର ଚୌଧୁରୀ , ଜିଲ୍ଲା କାର୍ଯ୍ୟବାହ ଦିଲୀପ କୁମାର ପଣ୍ଡା, ଭାଜପା ର ରାଷ୍ଟ୍ରୀୟ ପରିଷଦ ସଭ୍ୟ ୱାଇ: ଗଣପତି ମଞ୍ଚାସିନ ହୋଇଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରାନ୍ତ ସହ ସଂଘ ଚାଳକ ମୋନରଞ୍ଜନ୍ ରାଉତ ,ପ୍ରାନ୍ତ ବିଚାର ପ୍ରମୁଖ ରବି ମିଶ୍ର ମଧ୍ୟ ସଚେତନତା ର ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ଉପ ସଭାପତି ଶ୍ରୀନିବାସ ସ୍ୱାଇଁ ,ବିଶ୍ଵ ହିନ୍ଦୁ ପରିଷଦ ର ଗୁଣପୁର ସଂଗଠନ ଜିଲ୍ଲା ସଭାପତି ପୁଷ୍ପ ରାଜ ପୃଷ୍ଟୀ , ଉପ ସଭାପତି ଗୋପାଳ ଦେବ ପାତ୍ର ,ବିଭାଗ ସମ୍ପାଦକ ବସନ୍ତ ମିଶ୍ର ,ଧର୍ମ ଜାଗରଣ ପ୍ରମୁଖ ସାରଙ୍ଗ ନାଗ ବଂଶ , ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ସଭାପତି ବି:ଗଜପତି ରାଓ , ଆମର ସାହୁ, ଟୁକୁରୁ ପାଣିଗ୍ରାହୀ , ସଂଗ୍ରାମ ସାହୁ , ଭାଜପା ନଗର ସଭାପତି ଜୟଦେବ ପଣ୍ଡା, ଟୀଙ୍କୁ ପଣ୍ଡା ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ନେତା କର୍ମୀ ଉପସ୍ଥିତ ଥିଲେ l
ରାଜ୍ୟ
ଗୁଣପୁର ରେ ସ୍ଵଦେଶୀ ସଂକଳ୍ପ ରଥ କୁ ସ୍ଵାଗତ, ବିଦେଶୀ ବର୍ଜନ ସ୍ୱଦେଶୀ ଗ୍ରହଣ ପାଇଁ ଆହ୍ଵାନ
- Hits: 75












