ହେଡଲାଇନସ୍:

ବିଶିଷ୍ଟ ଶିକ୍ଷାବିତ୍ ତଥା ସୋଆର ପ୍ରଫେସର ଏମିରିଟସ ଆର୍‌.ଏନ୍‌.ପି ଚୌଧରୀଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଜାନୁଆରୀ ୧୨: ବିଶିଷ୍ଟ ଶିକ୍ଷାବିତ୍‌, ଗବେଷକ ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଏମିରିଟସ୍ ଆର୍‌. ଏନ୍‌. ପି. ଚୌଧରୀଙ୍କ ରବିବାର ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।
ପ୍ରଫେସର ଚୌଧରୀ ୟୁକେର ଏଡିନ୍‌ବରା ବିଶ୍ୱବିଦ୍ୟାଳୟରୁ ପି.ଏଚ୍ ଡି ଡିଗ୍ରୀ ହାସଲ କରିଥିବା ବେଳେ ଆଇଆଇଟି ଖଡ଼ଗପୁରର ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ ।
ସେ ଆପ୍ଲାଏଡ ଫିଜିକ୍ସରେ ଗବେଷଣା କରିଥିବା ବେଳେ ଡାଇଲେଟ୍ରିକ୍ ଏବଂ ଫେରୋଇଲେକ୍ଟ୍ରିକ୍ ମ୍ୟାଟେରିଆଲ୍‌ସ ଉପରେ ଅଧିକ ମନୋନୀବେଶ କରିଥିଲେ । ସେ ଅନେକ ଗବେଷଣା ପ୍ରସୂତ ସନ୍ଦର୍ଭ ପ୍ରସ୍ତୁତ କରିଥିବା ବେଳେ ୟୁଏସଏର ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ଗବେଷକଙ୍କ ତାଲିକାରେ ଆପ୍ଲାଏଡ୍ ଫିଜିକ୍ସରେ ଗବେଷଣା କାର୍ଯ୍ୟ ନେଇ କ୍ରମାଗତ ଭାବେ ସ୍ଥାନୀତ ହୋଇଥିଲେ ।
ତାଙ୍କର ପତ୍ନୀ, ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି ।
ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପ୍ରଫେସର ଚୌଧରୀଙ୍କ ମୃତ୍ୟୁ ଗଭୀର କ୍ଷତି ଘଟାଇଲା ବୋଲି କହିଛନ୍ତି ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରଫେସର ଚୌଧରୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ସେ ଜଣେ ଉଚ୍ଚକୋଟୀର ଶିକ୍ଷକ ଏବଂ ଗବେଷକମାନଙ୍କର ମାର୍ଗଦର୍ଶକ ଥିଲେ ବୋଲି କହିଛନ୍ତି ।

0
0
0
s2sdefault