ହେଡଲାଇନସ୍:

ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଜାତୀୟ ଯୁବ ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ୭ଶହ ଶିକ୍ଷାର୍ଥିଙ୍କ ଦ୍ବାରା ସାମୁହିକ ରାଷ୍ଟ୍ରଗୀତ ଗାନ

  • ବିଦ୍ୟାଳୟ ଓ ମହାବିଦ୍ୟାଳୟର ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ,

ଓଡ଼ଗାଁ,୧୨।୧(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଆନୁକୁଲ୍ୟରେ ବ୍ଳକ ରୋଡ କଲ୍ୟାଣୀ ମଣ୍ଡପ ଠାରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଜାତୀୟ ଯୁବ ଦିବସ ପାଳନ ଅବସରରେ ୭ଶହ ଶିକ୍ଷାର୍ଥିଙ୍କ ଦ୍ବାରା ସାମୁହିକ ରାଷ୍ଟ୍ରଗୀତ ଗାନ କରାଯାଇଥିଲା । ପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ବ୍ଳକ ବିଡିଓ ପ୍ରିତିବାଳା ରଣା, ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ ଅଧିକାରୀ ଡା.ନିଳାଞ୍ଜନ ଦାସ, ଓଡ଼ଗାଁ କଲେଜ ଅଧ୍ୟକ୍ଷ ରାଜକିଶୋର ସାହୁ, ଅବସରପ୍ରାପ୍ତ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାମୋଦର ଖିଲାର ଏବଂ ଓଡ଼ଗାଁ ଏନ୍ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ସ୍ବାମୀ ବିବେକାନନ୍ଦ ଜୟନ୍ତୀରେ ଜାତୀୟ ଯୁବ ଦିବସ ପାଳନର ବୈଶିଷ୍ଟ୍ୟ ସମ୍ପର୍କରେ ସୂଚନା ରଖିଥିଲେ । ସ୍ବତନ୍ତ୍ର ତାଲିମ ପ୍ରାପ୍ତ ଶିକ୍ଷକ ଭାବଗ୍ରାହୀ ମହାପାତ୍ର ଏବଂ ରଞ୍ଜନ କୁମାର ଦାଶଙ୍କ ଦ୍ବାରା ସମସ୍ତ ଅତିଥି ଏବଂ ଏନ୍ଏସିର ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟରୁ ଆସିଥିବା ୭ଶହରୁ ଉର୍ଦ୍ଧ୍ବ ଶିକ୍ଷାର୍ଥି, ଶିକ୍ଷକ, ସାମ୍ବାଦିକ ଏବଂ ଅନ୍ୟମାନେ ରାଷ୍ଟ୍ରଗୀତ ବନ୍ଦେ ମାତରଂ ସାମୁହିକ ଗାନ କରିଥିଲେ। ଏବଂ ଆତ୍ମନିର୍ଭର ଭାରତ ସ୍ବଦେଶୀ ସଙ୍କଳ୍ପ ପତ୍ର ପାଠ କରାଯାଇଥିଲା । ଏବଂ ୧ମ ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସର୍ବ କନିଷ୍ଠ ବିଭାଗ, ୬ଷ୍ଠ ରୁ ଅଷ୍ଟମ କନିଷ୍ଠ ବିଭାଗ ଏବଂ ୯ମ ରୁ ଦ୍ଵାଦଶ ବରିଷ୍ଠ ବିଭାଗରେ ଚିତ୍ରାଙ୍କନ, ବକ୍ତୃତା ଏବଂ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ୨୯ ଜଣ ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ।ବିଚାରକ ଭାବେ ନରେଶ ପାଣିଗ୍ରାହୀ, ଦେବୀ ପ୍ରସାଦ ପଣ୍ଡା, ସ୍ୱରୂପ ରଞ୍ଜନ ମିଶ୍ର ଏବଂ ସାର୍ଥକ ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ଶିକ୍ଷକ ପଞ୍ଚାନନ ପଣ୍ଡା ଏବଂ ଚିତ୍ତ ରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏବଂ ଏନ୍ଏସି କର୍ମଚାରୀମାନେ ସହଯୋଗ କରିଥିଲେ।ଓଡ଼ଗାଁ ବ୍ଳକ ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀ ସହିତ ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନରେ ଯୁବ ଦିବସ ପାଳନ ସହିତ ସାମୁହିକ ରାଷ୍ଟ୍ରଗୀତ ଗାୟନ କରାଯାଇଥିଲା।

0
0
0
s2sdefault