ରାଜଗାଙ୍ଗପୁର,୦୯-୦୧-୨୬.(ବିଷ୍ଣୁ ଭୋମିକ)ରାଜଗାଙ୍ଗପୁର ଥାନା ଓ ବ୍ରାହ୍ମଣୀତରଙ୍ଗ ଥାନା ସୀମାନ୍ତ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା କଣ୍ଟା ବ୍ୟବସାୟ ପ୍ରଶାସନ ଓ ପୁଲିସର ଢିଲାପଣକୁ ସ୍ପଷ୍ଟ କରୁଛି। ନିକଟରେ ରାଜଗାଙ୍ଗପୁର ସହରଅଞ୍ଚଳରେ ବେଆଇନ ଭାବେ କଣ୍ଟା ବିକ୍ରି କରୁଥିବା କିଛି ବ୍ୟବସାୟୀଙ୍କୁ ପୁଲିସ ଗିରଫକରି ନିଜକୁ ସକ୍ରିୟ ବୋଲି ପ୍ରମାଣ କରିଥିବାବେଳେ ମାଣ୍ଡିଆକୁଦର ଓ ନୂଆଗାଁ ଅଞ୍ଚଳରେ ଥିବା କଣ୍ଟା ବ୍ୟବସାୟୀଙ୍କ ଉପରେ ଏପର୍ଯ୍ୟନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ଅଞ୍ଚଳ ଦୁଇଥାନାର ସୀମାନ୍ତରେ ପଡୁଥିବାରୁ କଣ୍ଟା ବ୍ୟବସାୟୀମାନେ ପୁଲିସର ନଜରକୁ ଏଡ଼ାଇ ଖୁଲମଖୁଲାଭାବେ ଟ୍ରକ୍, ପିକ୍ ଅପ୍ ଓ ଅନ୍ୟାନ୍ୟ ଭାରୀଯାନରେ ରାଉରକେଲାକୁ ପଠାଇ ଲକ୍ଷାଧିକ ଟଙ୍କାର ବ୍ୟବସାୟ କରୁଥିବା ଅଭିଯୋଗ ହେଉଛି। ଏହି ଅଞ୍ଚଳରେ ପୁଲିସ ପାଟ୍ରୋଲିଂ ନଥିବା ଓ ନିୟମିତ ଚେକିଂ ହେଉ ନଥିବାରୁ ଅସନ୍ତୋଷ ବଢ଼ୁଛଇ। ପୁଲିସ ସହର ଭିତରେ କଣ୍ଟା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବାବେଳେ ଦୁଇଥାନାର ସୀମାବର୍ତ୍ତୀ ଅଞ୍ଚଳର କଣ୍ଟା ବ୍ୟବସାୟୀଙ୍କ ଉପରେ କାହିଁକି ନେଉନି ବୋଲି ପ୍ରଶ୍ନବାଚୀ ସୃଷ୍ଟିହୋଇଛି।
ରାଜ୍ୟ
କଣ୍ଟା ବ୍ୟବସାୟଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଶୂନ୍ୟ
- Hits: 11











