(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଚଳିତ ମାସ 09 01 2026 ତାରିଖ ଦିନ ଦକ୍ଷିଣ ଓଡିଶା ପାଚିକା ଓ ସହାୟକ ମହାସଂଘ (AICCTU) ତରଫରୁ ଉତ୍ତର ପ୍ରଦେଶ ର ଆଶା କର୍ମୀ ମାନଙ୍କ ଆନ୍ଦୋଳନ କୁ ସମର୍ଥନ କରି ଗୁଣପୁର ନୁଆ ବସ ଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ସହ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସହ ୟୁ ପି ର ମୁଖ୍ୟମନ୍ତ୍ରୀ କଂ ଉଦ୍ଧେଶ୍ୟରେ ଉପ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ଉତ୍ତର ପ୍ରଦେଶର ଆଶା କର୍ମୀମାନେ ବହୁ କଷ୍ଟ ସତ୍ତ୍ୱେ ନିଜର ଦାୟିତ୍ୱ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରୁଛନ୍ତି। ସେମାନଙ୍କକଠିନ ପରିଶ୍ରମ ଯୋଗୁଁ ହିଁ ରାଜ୍ୟର ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ମାତୃ ଓ ଶିଶୁ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି। କ୍ରମାଗତ ପରିଶ୍ରମ ସହିତ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିଲେ ମଧ୍ୟ ସେମାନଙ୍କୁ ନିୟମିତ ଭାବେ ପାରିଶ୍ରମିକ ପ୍ରଦାନ କରାଯାଉ ନାହିଁ କିମ୍ବା ସେମାନଙ୍କ ପାରିଶ୍ରମିକରେ କୌଣସି ବୃଦ୍ଧି କରାଯାଇ ନାହିଁ।
ଏହା ଉଲ୍ଲେଖଯୋଗ୍ୟ ଯେ, ଉତ୍ତର ପ୍ରଦେଶର ଆଶା ଏବଂ ସଙ୍ଗିନୀ କର୍ମୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ବିଗତ ବର୍ଷଗୁଡ଼ିକରେ ଦିଆଯାଇଥିବା ବିଭିନ୍ନ କାର୍ଯ୍ୟ ପାଇଁ ଘୋଷିତ ପ୍ରୋତ୍ସାହନ ରାଶିରୁ ବଞ୍ଚିତ ହୋଇଛନ୍ତି। ଏହିପରି ଭାବେ ସେମାନେ ସରକାର ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରତିଶ୍ରୁତି ଭଙ୍ଗର ଶିକାର ହୋଇଛନ୍ତି। ଏଥିରେ ବାଧ୍ୟ ହୋଇ ଆଶା କର୍ମୀମାନଙ୍କୁ ଧର୍ମଘଟକୁ ଓହ୍ଲାଇବାକୁ ପଡ଼ିଛି।
୪୫ତମ ଭାରତୀୟ ଶ୍ରମ ସମ୍ମିଳନୀର ସୁପାରିଶ ଅନୁଯାୟୀ ଆଶା ଏବଂ ଆଶା ସଙ୍ଗିନୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା, ସରକାରୀ କର୍ମଚାରୀଙ୍କ ଅନୁରୂପ ସେମାନଙ୍କୁ ଦରମା ପ୍ରଦାନ କରିବା , ଆଶା କର୍ମୀଙ୍କ ପାଇଁ ₹୨୧,୦୦୦/- ଏବଂ ଆଶା ସଙ୍ଗିନୀଙ୍କ ପାଇଁ ₹୨୮,୦୦୦/- ଦରମା ଲାଗୁ କରିବା, ଆଶା ଏବଂ ଆଶା ସଙ୍ଗିନୀଙ୍କୁ EPF, ESI ଏବଂ ଯାତ୍ରା ଭତ୍ତା ସୁବିଧା ଯୋଗାଇ ଦେବା,
ଅବସର ପରେ ସେମାନଙ୍କୁ ଗ୍ରାଚ୍ୟୁଇଟି (Gratuity) ପ୍ରଦାନ କରିବା, ଆଶା ଏବଂ ଆଶା ସଙ୍ଗିନୀଙ୍କୁ ₹୧୦ ଲକ୍ଷର ସ୍ୱାସ୍ଥ୍ୟ ବୀମା ଏବଂ ₹୫୦ ଲକ୍ଷ ପର୍ଯ୍ୟନ୍ତ ଜୀବନ ବୀମା ସୁବିଧା ଯୋଗାଇ ଦେବା , ଗୋଲ୍ଡେନ୍ ଆୟୁଷ୍ମାନ କାର୍ଡ ଏବଂ ଆଭା (ABHA) ପରିଚୟ ପତ୍ର ପ୍ରସ୍ତୁତିରେ ସେମାନଙ୍କ ଅବଦାନ ପାଇଁ ବକେୟା ଥିବା ₹୨୨୫.୨ କୋଟିର ଏକକାଳୀନ ପୈଠ କରିବା, ୨୦୧୯ ରୁ ୨୦୨୪ ମସିହା ପର୍ଯ୍ୟନ୍ତ ସମସ୍ତ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା,
ଘରୋଇ ଏବଂ ସରକାରୀ ଡାକ୍ତରଖାନାରେ ଆଶା କର୍ମୀଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ବନ୍ଦ କରିବା ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା,
ଲିଙ୍ଗଗତ ନିର୍ଯାତନା ରୋକିବା ପାଇଁ ଜିଲ୍ଲା ଏବଂ ରାଜ୍ୟ ସ୍ତରର ସମସ୍ତ ସମ୍ପୃକ୍ତ କାର୍ଯ୍ୟାଳୟରେ 'ଜେଣ୍ଡର ସେଲ୍' (Gender Cells) ପ୍ରତିଷ୍ଠା କରିବା ନେଇ ପାଚିକା ଓ ସହାୟକ ମହାସଂଘ ର ଜିଲ୍ଲା ଉପଦେଷ୍ଟା ତ୍ରିପତି ଗମାଙ୍ଗ ଉଦବୋଧନ ଦେଇଛନ୍ତି।
ମୁନି ଶବର, ବିଜୟ ଶବର,ସୁଜାତା ପଣ୍ଡା, ଶ୍ରୀମତୀ ଶବର, ମୁକ୍ତିଲତା ଶବର, ପ୍ରଭା ବିଡିକା, ସବିତା ଶବର, ମୁକ୍ତା ଶବର, ମଣି ଶବର, ରାଜେନ୍ଦ୍ର ମାଝୀ , ସେବତୀ ଶବର, ସୁନାମି ଶବର ଉପସ୍ଥିତ ଥିଲେ |
ରାଜ୍ୟ
ଶ୍ରମିକ ମାନଙ୍କ ସମସ୍ୟା କୁ ସମାଧାନ କର ନଚେତ ଫେବୃଆରୀ 12 ଦେଶ ବ୍ୟାପି ଧର୍ମଘଟ କରାଯିବ
- Hits: 16











